କୁଜଙ୍ଗ , 16/10/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
କୁଜଙ୍ଗ ଥାନା ଅନ୍ତର୍ଗତ ମା" ବଜ୍ରବୁଢୀ ଗଜଲକ୍ଷ୍ମୀ ପୂଜା କମିଟି ବଡବନ୍ଧ ଗ୍ରାମର ୧୦ ତମ ବାର୍ଷିକ ଗଜଲକ୍ଷ୍ମୀ ଭଷାଣୀ ଯାତ୍ରା ଧୁମଧାମରେ ପାଳିତ ହୋଇଯାଇଛି। ମା" ଗଜଲକ୍ଷ୍ମୀଙ୍କ ଭଷାଣୀ ଯାତ୍ରା ବଡବନ୍ଧ ଗଜଲକ୍ଷ୍ମୀ ପୂଜା ମଣ୍ଡପ ନିକଟରୁ ବାହାରି ମେଢନାଚ , ବାଜା ,ବାଣ, ଘଣ୍ଟ , ଘଣ୍ଟି, ଡିଜେ ସାଉଣ୍ଡ, ସିଙ୍ଗୀ ବାଜା , ପଞ୍ଜାବୀ ବାଜା ସହିତ ବିରାଟ ପଟୁଆରରେ ବଡବନ୍ଧ ଗ୍ରାମ ପରିକ୍ରମା କରି ସାରିବାପରେ ବଡବନ୍ଧ ଗ୍ରାମ ପୁଷ୍କରିଣୀରେ ମା" ଗଜଲକ୍ଷ୍ମୀଙ୍କୁ ବିସର୍ଜନ କରାଯାଇଥିଲା।
ଏହି ଭଷାଣୀ ଉତ୍ସବକୁ ବଡବନ୍ଧ ମା" ବଜ୍ରବୁଢୀ ଗଜଲକ୍ଷ୍ମୀ ପୂଜା କମିଟି ବଡବନ୍ଧର ସଭାପତି ବିଚିତ୍ରାନନ୍ଦ ବିଶ୍ଵାଳ, ଉପସଭାପତି ବାପୁ ଛଟେଇ ଓ ଦୀପକ ସ୍ୱାଇଁ, ସଂପାଦକ ସୁଧାକର ମହାନ୍ତି, ସୁଜିତ୍ କୁମାର ରାଉତ,ସାଗର ଦାସ, ବିକାଶ ବାରିକ, ମୁକ୍ତେଶ୍ଵର ମହାନ୍ତି,ଅଶିତ ଛାଟୋଇ, ତ୍ରିଲୋଚନ ବାରିକଙ୍କ ସମେତ ମା" ଗଜଲକ୍ଷ୍ମୀ ପୂଜା କମିଟିର ସମସ୍ତ ମେମ୍ବର ମାନେ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ।