ପାରାଦୀପ ଗଡ, 16/10/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ / କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
କୋଣାର୍କ ରୁ ଅପହରଣ ହୋଇଥିବା ଯୁବକ ଉଦ୍ଧାର। ଲକ୍ ଥାନା ଅଧୀନସ୍ଥ ପାରାଦୀପ ଗଡ ନିକଟରୁ ଉଦ୍ଧାର କଲା କୋଣାର୍କ ପୋଲିସର ଏକ ସ୍ଵତନ୍ତ୍ର ଟିମ । ଗତକାଲି କୋଣାର୍କ ଅଞ୍ଚଳରୁ ଚାରି ଜଣ ଦୃର୍ବୁତ୍ତ ଜୟଚକ୍ରବର୍ତୀ ନାମକ ଜଣେ ଯୁବକଙ୍କୁ ଜୋର୍ ଜବରଦସ୍ତି ଏକ ଗାଡ଼ିରେ ଅପହରଣ କରିନେଇଥିଲେ। ତେବେ ଏହାକୁ ନେଇ ଜୟଚକ୍ରବର୍ତୀ ର ସାଙ୍ଗମାନେ କୋଣାର୍କ ଥାନାରେ ଅଭିଯୋଗ କରିବାପରେ କୋଣାର୍କ ଥାନାର ଏକ ସ୍ବତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନ ରେ ଚଢାଉ କରିଥିଲେ। ତେବେ ଆଜି କୌଣସି ସୁତ୍ରରୁ ଖବର ପାଇ ପାରାଦୀପ ଲକ୍ ଥାନା ଅଧୀନସ୍ଥ ପାରାଦୀପ ଗଡ ନିକଟରୁ ଲକ୍ ଥାନା ପୋଲିସର ସହଯୋଗରେ କୋଣାର୍କ ପୋଲିସ ର ଏକ ସ୍ଵତନ୍ତ୍ର ଟିମ ଅପହୃତ ହୋଇଥିବା ଯୁବକକୁ ଉଦ୍ଧାର କରିବା ସହିତ ଚାରି ଜଣଙ୍କୁ ଗିରଫ କରି ସାଙ୍ଗରେ ନେଇଯାଇଥିବା ସୂଚନା ମିଳିଛି।