ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜିଲ୍ଲା ବିଜେପି ସଭାପତି ଙ୍କ ନଜର ରେ ତିର୍ତ୍ତୋଲ ବିଜେଡ଼ି ।

ତିର୍ତ୍ତୋଲ, 17/10/2025, ଉତ୍କଳ voice news - utkalvoicenews.com( ତିର୍ତୋଲରୁ ଜଗନ୍ନାଥ ପ୍ରସାଦ ସାହୁଙ୍କ ରିପୋର୍ଟ ) :
Article Image
ତିର୍ତ୍ତୋଲ ବ୍ଳକ ରାଜନୀତି ରେ ଏବେ କମ୍ପନ ହେବାରେ ଲାଗିଛି । ଆଜି ଯିଏ ଥିଲା ବିଜେଡ଼ି , ମନ ମାଲିନ ପାଇଁ ସାହାରା ହେଉଛି ବିଜେପି । ଜିଲ୍ଲା ବିଜେପି ସଭାପତି ପ୍ରତାପ ମିଶ୍ର ହେବା ଦିନଠାରୁ, ଏରସମା ଓ ତିର୍ତ୍ତୋଲ ବ୍ଲକ ଉପରେ ତାଙ୍କ ଫୋକସ୍ ରଖିଛନ୍ତି। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକ ଯୁବ ବିଜେଡି ସଭାପତି ସୁଜିତ ମହାନ୍ତି ଖୁବ ଶୀଘ୍ର ଦଳ ଛାଡିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି । ବିଗତ ଦିନରେ ତିର୍ତ୍ତୋଲ ବ୍ଳକ ଯୁବ ବିଜେଡି ର ମଙ୍ଗ ଧରିଥିବା ଓ ତିର୍ତ୍ତୋଲ ର ପୁର୍ବତନ ବିଧାୟକ ଓ ସାଂସଦ ଙ୍କ ଖାସ ଅନୁଗତ ଥିବା ସୁଜୀତ ମହାନ୍ତି ଙ୍କୁ ବିଧାୟକ ରମାକାନ୍ତ ଭୋଇ ଅଣଦେଖା କରିବାକୁ ନେଇ ଏହି ନିଷ୍ପତ୍ତି ନେଇ ପାରନ୍ତି ବୋଲି ଚର୍ଚ୍ଚା କୁ ଖୋରାକ ଯୋଗାଉଛି । ଜିଲ୍ଲାର ମନ୍ତ୍ରୀ,ସଭାପତି ଓ ରାଜ୍ୟର କିଛି ତୁଙ୍ଗ ବିଜେପି ନେତାଙ୍କ ଯୋଗାଯୋଗ ରେ ଶ୍ରୀ ମୋହାନ୍ତି ରହିଥିବା ବେଳେ, ବିଜେପି ଜିଲ୍ଲା ସଭାପତି ଙ୍କୁ ସାକ୍ଷାତ କରିବା ପରେ ତିର୍ତ୍ତୋଲ ବିଜେଡି ରାଜନୀତି କୁ ଖୋରାକ ଯୋଗାଇଛି । କେବଳ ବ୍ଲକ ଯୁବ ବିଜେଡି ସଭାପତି ସୁଜୀତ ମହାନ୍ତି ନୁହଁନ୍ତି ବିଧାୟକ ଙ୍କ ଉପରେ ଅସନ୍ତୁଷ୍ଟ ହୋଇ ବିଜେଡି ଦଳର ବହୁ ଯୁବ ଛାତ୍ର କର୍ମକର୍ତ୍ତା ଦଳ ଛାଡ଼ି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେହିପରି ଯୁବ ବିଜେଡି ସଭାପତି ମହାନ୍ତିଙ୍କ ସହିତ ବହୁ ବିଜେଡ଼ି କର୍ମୀ ଯୋଗାଯୋଗ ରେ ଥିବା ବେଳେ ଏକାଥରକେ ବହୁ କର୍ମୀ ତିର୍ତ୍ତୋଲ ବିଜେଡି ଛାଡି ପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ଜିଲ୍ଲା ବିଜେପି ସଭାପତି ଙ୍କ ଏହା ଗେମ୍ ପ୍ଲାନ୍ ବୋଲି କୁହାଯାଉଛି।
5