କୁଜଙ୍ଗ , 17/10/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ / କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ବଳରାମପୁର ଗ୍ରାମରେ ଦୀର୍ଘ ପାଞ୍ଚ ବର୍ଷ ହେଲା ଖରାପ୍ ରାସ୍ତା ଯୋଗୁ ଗ୍ରାମବାସି ମାନେ ଅସନ୍ତୁଷ୍ଟ ହେଉଛନ୍ତି। ଏ ସମସ୍ୟା ଆଜି କାଲି ନୁହେଁ ପୁରା ପାଞ୍ଚ ବରଷ ହେଲାଣି।ସବୁକିଛି ଜାଣି ମଧ୍ୟ ଚୁପ୍ ହୋଇ ବସିଛନ୍ତି ବି.ଡି.ଓ , ଜେ.ଇ ,ଏବଂ କୁଜଙ୍ଗ ସରପଞ୍ଚ। କଲେକ୍ଟର ଏବଂ ତହସିଲ୍ଦାର୍ ଙ୍କୁ ମଧ୍ୟ ଗ୍ରାମବାସୀ ଏ ସମସ୍ୟା ବିଷୟରେ ଅବଗତ କରାଇଛନ୍ତି। କିନ୍ତୁ ସମସ୍ତ ଆଶା ମଉଳି ଯାଇଛି।ବର୍ଷା ହେଲେ ରାସ୍ତାରେ ପାଣି ଜମୁଛି। ବାରମ୍ବାର ବ୍ଲକ୍ ଏବଂ ପଞ୍ଚାୟତ କୁ ଦୌଡ଼ି ଦୌଡ଼ି ଥକି ଗଲେଣି ଗ୍ରାମବାସୀ। କିନ୍ତୁ ଏ ଗ୍ରାମବାସୀ ଙ୍କ ର ନିବେଦନ କେହି ଶୁଣୁ ନାହାନ୍ତି କି ରାସ୍ତାର ମରାମତି କରୁନାହାନ୍ତି।ଘର ଦୁଆର ମୁହଁରେ ପାଣି, ରାତି ହେଲେ ଲୋକେ ସାପ ଓ ଅନ୍ୟଜନ୍ତୁଙ୍କ ଭୟରେ ବାହାରକୁ ବାହାରି ପାରୁନାହାନ୍ତି। ସକାଳୁ ଛୋଟପିଲା ସ୍କୁଲ୍ ମଧ୍ୟ ଯାଇପାରୁ ନାହାନ୍ତି।ଏ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଗ୍ରାମବାସୀ ସରକାରଙ୍କୁ ନିବେଦନ କରୁଛନ୍ତି।