ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନିୟମଗିରି ରୁ"ଦୁଆରେ ପ୍ରଶାସନ" କାର୍ଯ୍ୟକ୍ରମ ର ଶୁଭାରମ୍ଭ କଲେ ରାୟଗଡା ଜିଲ୍ଲାପାଳ I ପିଏମ ଜନମନ ସହ ସମ୍ୱନ୍ୱିତ ଲକ୍ଷ୍ୟ ହାସଲ ନେଇ ଏକ ଅନନ୍ୟ ପ୍ରୟାସ I

ରାୟଗଡ଼ା, 18/10/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଐତିହାସିକ ତଥା ଲୋକାଭିମୁଖୀ ଯୋଜନା 'ପିଏମ ଜନମନ'ର ଲକ୍ଷ୍ୟ ସହ ସମ୍ୱନ୍ୱିତ ଏକ ଅନନ୍ୟ ପ୍ରୟୋଗ ଭାବେ ରାୟଗଡା ଜିଲ୍ଲା ପ୍ରଶାସନ, ଓଡ଼ିଶାର ପ୍ରଥମ କରି (ପିଭିଟିଜି), ବିଶେଷ ଭାବେ ପ୍ରଭାବିତ ଜନଜାତିଙ୍କ ନିମନ୍ତେ ଘର ପର୍ଯ୍ୟନ୍ତ ସେବା ପହଞ୍ଚାଇବା ଲକ୍ଷ୍ୟ ରେ ଆଜି ଏକ ଅଭିନଵ ପ୍ରୟାସ ଆରମ୍ଭ କରିଛନ୍ତି I ରାୟଗଡା ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ଟି ସଫଳତା ର ସହ ବିଷମକଟକ ବ୍ଲକ ନିୟମଗିରି ର କୁର୍ଲି ପଞ୍ଚାୟତ ଠାରେ ଉଦଘାଟନ ହୋଇଯାଇଛି I
Article Image
ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପଟନାୟକ ଏବଂ ସହକାରୀ ଯନ୍ତ୍ରୀ ଝରଣା ତ୍ରିପାଠୀଙ୍କ ପରିକଳ୍ପନା ଓ ମିଳିତ ଉଦ୍ୟମ ରେ ନିୟମଗିର ଖମ୍ବେସୀ ଗ୍ରାମ ଠାରୁ "ଦୁଆରେ ପ୍ରଶାସନ" କାର୍ଯ୍ୟକ୍ରମ ର ପ୍ରୟୋଗ ଆଜି ଆରମ୍ଭ କରାଯାଇଛି I ଏହି ପ୍ରୟାସ ମାଧ୍ୟମରେ ବିଷମକଟକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଅଧୀନରେ ଥିବା ପିଭିଟିଜି ପଞ୍ଚାୟତ ଓ ସେଥିରେ ବସବାସ କରୁଥିବା ହିତାଧିକାରୀ ମାନଙ୍କୁ ଘର ପର୍ଯ୍ୟନ୍ତ ଭତ୍ତା ପହଞ୍ଚାଇବା ଯୋଜନାର ପ୍ରୟାସ କରାଯାଇଛି I ଏହା ନିୟମଗିରି ର ଶତାଧିକ ହିତାଧିକାରୀଙ୍କ ଜୀବନକୁ ସିଧାସଳଖ ପ୍ରଭାବିତ କରିବ ବୋଲି କାର୍ଯ୍ୟ କାରି କରାଯାଇଛି I
Article Image
ଏହି ପଦକ୍ଷେପ କୁ କେବଳ ଏକ ଦାୟିତ୍ୱ କିମ୍ବା ଦୃଷ୍ଟିକୋଣ ନୁହଁ, ବରଂ ଏହାକୁ ଯଥେଷ୍ଟ ଗୁରୁତ୍ୱ ଦେଇ ପ୍ରଶାସନ ଯୋଜନା କରିଥିବା ଦେଖିବାକୁ ମିଳିଛି। ପିଭିଟିଜି ଅଞ୍ଚଳ ର ହିତାଧିକାରୀଙ୍କ ନିମନ୍ତେ ଭତ୍ତା ବିତରଣ ପାଇଁ ବିଶେଷ ଡିଜାଇନ୍ ଥିବା ଲିଫାଫା ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଛବି ସହିତ ଘରେ ଘରେ ପେନ୍ସନ ପହଞ୍ଚାଇବାର ପ୍ରୟାସ କରାଯାଇଥିବା ଦେଖିବାକୁ ମିଳିଛି। ପ୍ରକାଶ ଥାଉକି ଏନଏସଏପ ଯୋଜନା ଅଧୀନରେ ଡିବିଟି ମାଧ୍ୟମରେ ପେନ୍ସନ ରାଶି ହିତାଧିକାରୀଙ୍କ ଖାତାକୁ ସିଧାସଳଖ ଯାଉଛି। କିନ୍ତୁ ମଧୁବାବୁ ପେନ୍ସନ ଯୋଜନା (ଏମବିପିୱାଇ) ହିତାଧିକାରୀ ମାନଙ୍କୁ ନିକଟସ୍ଥ ଗ୍ରାମପଞ୍ଚାୟତରୁ ଯାଇ ଆଣିବାକୁ ପଡୁଛି I ଭୌଗଳିକ ଦୃଷ୍ଟି ରୁ ଓ ଦୂର୍ଗମ ପାହାଡ଼, ଜଙ୍ଗଳ ଅଞ୍ଚଳ ଦେଇ ମାଇଲ୍ ମାଇଲ୍ ଚାଲି ନିକଟସ୍ଥ ପଞ୍ଚାୟତକୁ ଆସିବାକୁ ହିତାଧିକାରୀ ବାଧ୍ୟ ହେଉଥିଲେ। କିନ୍ତୁ ଏହି ପ୍ରୟୋଗ ଦ୍ୱାରା ନିୟମଗିରି ଅଞ୍ଚଳ ର ହିତାଧିକାରୀଙ୍କ "ଘର ପର୍ଯ୍ୟନ୍ତ ପେନ୍ସନ ପହଞ୍ଚାଇବା" ର ବାଟ ଆପଣେଇଛି ବିଷମକଟକ ବ୍ଲକ ପ୍ରଶାସନ। “ଏହା କେବଳ ଭତ୍ତା ବଣ୍ଟନ ନୁହେଁ ବରଂ ଲୋକଙ୍କ ସହିତ ଓ ଲୋକଙ୍କ ପାଇଁ ପ୍ରଶାସନ, ଓ ସମାଜର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ସେବା ପହଞ୍ଚାଇବାର ଏକ ଉଦ୍ୟମ, ଏବଂ ରାୟଗଡା ଜିଲ୍ଲା ଏହି ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ବୋଲି ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ପ୍ରକାଶ କରିଛନ୍ତି ” ଏହି 'ଦୁଆରେ ପ୍ରଶାସନ' କାର୍ଯ୍ୟକ୍ରମ ମାଧ୍ୟମରେ କୁର୍ଲି ପଞ୍ଚାୟତ ର ପାଖା ପାଖି ୫୨୦, କାଙ୍କୁବାଡି ର କୁର୍ମା ଗ୍ରାମର ୩, ଚାଞ୍ଚଡାଗୁଡା ର ୨୮୦ ଏବଂ ଡାଲିଆକୁଜି ଗ୍ରାମ ପଞ୍ଚାୟତ ର ୨୮୪, ଏଭଳି ଚାରୋଟି ପିଭିଟିଜି ପଞ୍ଚାୟତ ର ପାଖାପାଖି ୧୧୧୭ ରୁ ଅଧିକ ହିତାଧିକାରୀ ଏହି ଯୋଜନା ଦ୍ୱାରା ଲାଭାନ୍ବିତ ହେବେ ବୋଲି ବିଷମକଟକ ବିଡିଓ ଶିବ ପଟନାୟକ ପ୍ରକାଶ କରିଛନ୍ତି I ଏହି ପଦକ୍ଷେପ ଆମ ଅଞ୍ଚଳ ର ଲୋକଙ୍କ ପାଇଁ ଅତ୍ୟାବଶ୍ୟକ ଓ ଏହାକୁ ବାସ୍ତବତା ରେ ପରିଣତ କରିବା ପାଇଁ ସରପଞ୍ଚ ସୁଭର୍ଦନୀ ୱାଡକା ଜିଲ୍ଲା ତଥା ବ୍ଲକ ପ୍ରଶାସନ କୁ କୃତଜ୍ଞତା ଜ୍ଞାପନ କରିଛନ୍ତି I ତେବେ ଏହି ପ୍ରୟୋଗ ନିୟମଗିରି ପର୍ବତ ଶୃଙ୍ଖଳାର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀଙ୍କ ଜୀବନରେ ନୂଆ ଆଶା ଓ ଉତ୍ସାହ ଆଣିଥିବା କୁହାଯାଉଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ପଂଚାୟତ ସମିତି ଅଧ୍ୟାକ୍ଷା ଯୋଶଦା ହୁଇକା, ଉପାଧ୍ୟକ୍ଷ ଦେବୀ ପ୍ରସାଦ ପଟ୍ଟନାୟକ ଓ ଅନ୍ୟାନ୍ୟ ଅଧିକାରୀ ଯୋଗଦେଇ ଥିଲେ l ଏହି କାର୍ଯ୍ୟକ୍ରମ କୁ ସଫଳ ସଂଯୋଜନା ବିଷମକଟକ ସାମାଜିକ ସୁରକ୍ଷା ଅଧିକାରୀ ମୁନା ତାଡିଙ୍ଗି, ଡିଇଓ ସର୍ବଜିତ ପାଢ଼ୀ କରିଥିବା ବେଳେ ଏହାକୁ ସଫଳ ଆୟୋଜନ ପାଇଁ ସମସ୍ତ ବ୍ଲକ ପ୍ରଶାସନ ନିଜ ର ଯୋଗଦାନ ଦେଇଥିବା ବିଷମକଟକ ବିଡିଓ ପ୍ରକାଶ କରିଛନ୍ତି I
3