ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଦୁର୍ଘଟଣାରୁ ଅଳ୍ପକେ ବତ୍ତିଗଲେ ବାଇକ ଚାଳକ

ରାୟଗଡ଼ା, 18/10/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ରାୟଗଡା ଜିଲ୍ଲା ର କୋଲନରl ବ୍ଲକ ଅନ୍ତର୍ଗତ କୁମାରଧାମୁଣି ଛକ ନିକଟରେ ବାଇକ ଚାଳକ ଙ୍କୁ ପଚ୍ଛ ପଟୁ ଧକ୍କା ଦେଲା ମାଲବାହି ଭାରିଯାନ ଟ୍ରକ। ସୂଚନା ଅନୁଯାୟୀ ଆଜି ସକାଳେ ପ୍ରାୟ 6:00ଘଣ୍ଟା ସମୟରେ ରାୟଗଡା ଜିଲ୍ଲାର କୋଲନରl ବ୍ଲକ ଅଧିନସ୍ଥ ଡୁମୁରିଗୁଡା ଗ୍ରାମପଂଚାୟତ ର ପରଡିଗୁଡା ଗ୍ରାମର ବାସିନ୍ଦା କପିଳ ଭୋଇ ତାଙ୍କର କାର୍ଯ୍ୟ କ୍ଷେତ୍ର କୁ ଯାଉଥିଲେ ଏବଂ ସେ ନିକଟସ୍ଥ ଇମ୍ଫାଲ କଳ କାରଖାନାରେ କାର୍ଯ୍ୟରତ ଥିବା ଜଣାପଡିଛି l ଓ ଘଟଣା ସ୍ଥଳରେ ଶ୍ରୀଯୁକ୍ତ କପିଳ ଭୋଇ କହିବା ଅନୁଯାଇ ପ୍ରତ୍ୟେକ ଦିନ ଭଳି ସେ ତାଙ୍କର କର୍ମକ୍ଷେତ୍ର କୁ ଯାଉଥିବା ସମୟରେ ତାଙ୍କ ବାଇକ୍ ପଛପଟ ଏକ ମାଲବାହି ଗାଡି ଯାହାର ନମ୍ବର AP 05TG5009 ତାଙ୍କୁ ଦୃତ ଗତିରେ ଆସି ଧକ୍କା ଦେଇଥିଲା l ସେ ଯାଉଥିବା ସମୟରେ ତାଙ୍କ ଡାହାଣ ସାଇଡ ଯିବାର ଥିଲା ସେଥିପାଇଁ ସେ ଇଣ୍ଡିକେଟର ଓ ହାତ ଠାରି ମଧ୍ୟ ଇସାରା କରିଥିଲି ତଥାପି ସେହି ଟ୍ରକ ଚାଳକ ସିଧା ତାଙ୍କ ଉପକୁ ଚଡାଇ ଦେଇଥିଲେ l ସେ ଭୟରେ ଗାଡ଼ିରୁ ଭୟଭୀତ ହୋଇ ଡେଇଁ ପଡ଼ି ତାଙ୍କ ଜୀବନ ରକ୍ଷା କରିଥିଲି l ଏହାପରେ ମଧ୍ୟ ମୋ ଗାଡି କୁ ଟ୍ରକ ଚାଳକ ଧକ୍କା ଦେଇ ପ୍ରାୟ 01କିଲୋମିଟର ପର୍ଯ୍ୟନ୍ତ ଘୋସାଡୀ ନେଇଯାଇଥିଲେ ବୋଲି ବାଇକ୍ ଚାଳକ କପିଳ ଭୋଇ ମତ ଦେଇଛନ୍ତି l ଏହି ଘଟଣା ପରେ ନିକଟରେ ଥିବା ଥେରୁବାଲି ଫାଣ୍ଡି ର ASI ଶ୍ରୀଯୁକ୍ତ ବସନ୍ତ କୁମାର ବେହେରା ଖବରପାଇ ଘଟଣା ସ୍ଥଳକୁ ଆସି ଦୁର୍ଘଟଣା ଘଟାଇଥିବା ଗାଡି କୁ ଜବତ କରିଥିଲେ ଏବଂ କେଉଁ କାରଣ ପାଇଁ ଏପରି ଘଟଣା ଘଟିଛି ତାହା ତଦନ୍ତ କରୁଛନ୍ତି l ସେ ବାଇକ୍ ରୁ ଡେଇଁ ପଡି ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ତାଙ୍କ ବାଇକ୍ ଭାଙ୍ଗି ନଷ୍ଟ ହେଇଥିବା ଦେଖିବାକୁ ମିଳିଛି।
Article Image
3