ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗୁଡାରି ଥାନା ଅଞ୍ଚଳରୁ ୯୦୦୦ ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ

ରାୟଗଡ଼ା, 18/10/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ଗୁଡାରି ଥାନା ଅନ୍ତର୍ଗତ କରଲାଗୁଡ଼ି, ନୂଆ ଗ୍ରାହୀବନ୍ଧ ଓ ଗୁମି ଅଞ୍ଚଳରେ ପ୍ରାୟ ଏକ ଏକର ଜମିରେ ବେଆଇନ ଭାବେ ଚାଷ ହୋଇଥିବା ୯୦୦୦ ଗଂଜେଇ ଗଛ ନଷ୍ଟ କରିଛି ସ୍ଥାନୀୟ ପୋଲିସ। ରାୟଗଡା ଏସପି ସ୍ଵାଥୀ ଏସ. କୁମାର ଙ୍କ ନିଁର୍ଧେଶ କ୍ରମେ ଗୁଣୁପୁର ଏସଡିପିଓ ବାବୁଲି ନାୟକଙ୍କ ଉପସ୍ଥିତିରେ ଗୁଡାରି ଥାନା ଅଧିକାରୀ ସମର୍ପିତା ସ୍ୱାଇଁ ଙ୍କ ନେତୃତ୍ୱରେ  ଏହି ଗଂଜେଇ ଗଛ ନଷ୍ଟ କରାଯାଇଛି। ଗୁଡାରି ପୋଲିସ, ସ୍ଥାନୀୟ ଅବକାରୀ ବିଭାଗ, ବନ ବିଭାଗ ଏବଂ  ଓଡ଼ିଶା ସ୍ପେଶାଲ୍ ଷ୍ଟ୍ରାଇକିଂ ​​ଫୋର୍ସ  ମିଳିତ ଭାବେ ଏହି ଗଂଜେଇ ଗଛ ନଷ୍ଟ କରିଥିଲେ। ଏ ସଂକ୍ରାନ୍ତରେ ଗୁଡାରି ଥାନା ରେ ଥାନା କେଶ ନମ୍ବର ୧୧୦, ୧୧୧ ଓ ୧୧୨ ରୁଜୁ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ରେ ଗୁଡାରି ତହସିଲଦାର ତଥା ମାଜିଷ୍ଟ୍ରେଟ ଏ. ସ୍ନେହଲତା ଉପସ୍ଥିତ ଥିଲେ।
Article Image
Article Image
12