ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ " ସୁରଭି-୨୦୨୫"

ବୁଗୁଡ଼ା, 18/10/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ) :
Article Image
ବୁଗୁଡା ବ୍ଲକ ଅନ୍ତରପଡ଼ା କ୍ଲଷ୍ଟର ଅନ୍ତର୍ଗତ ପଙ୍କଳବାଡ଼ି ଗ୍ରାମର ଆଞ୍ଚଳିକ କୃଷି ଉଚ୍ଚ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି-୨୦୨୫" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନ୍ତରପଡ଼ା କ୍ଲଷ୍ଟର ର ସିଆରସିସି ଶର୍ମିଷ୍ଠା ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ସୁରଭି-୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାକା ରାମାନ୍ନା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅମିତା ପାଢ଼ୀ ଏବଂ ସମ୍ମାନିତ ଅତିଥି ଭାବେ ପାଙ୍ଗିଡି ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ବିଷୋୟୀ ଓ ଏସଏମସି ସଭାନେତ୍ରୀ ରିତା ଜେନା ଯୋଗଦେଇଥିଲେ। ସୁରଭି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ ହୋଇଥାଏ ବୋଲି ଅତିଥି ବୃନ୍ଦ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ତରପଡ଼ା କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ବୃନ୍ଦ ପୁରସ୍କାର ଓ ପ୍ରମାଣ ପତ୍ର ବଣ୍ଟନ କରିଥିଲେ। ବିଦ୍ୟାଳୟର ଓ କ୍ଲଷ୍ଟରର ଅନ୍ୟ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ପରିଚାଳନାରେ ସହଯୋଗ କରିଥିଲେ।
3