ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଚର୍ଚ୍ଚାରେ ଏନ୍ଏସି ନିର୍ମିତ ପେବର୍ ରାସ୍ତା ଅବରୋଧ

ବୁଗୁଡ଼ା, 18/10/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ) :
Article Image
ସ୍ଥାନୀୟ ହରିଶରଣପୁର ଗ୍ରାମ ସ୍ଥିତ ଠାକୁର ଚନ୍ଦ୍ରଶେଖର ସ୍ବାମୀଙ୍କ ଜମିରେ ବୁଗୁଡା ଏନ୍ଏସି ପକ୍ଷରୁ ବ୍ଲକ୍ କଲୋନୀ ନିକଟରେ ପେବର୍ ରାସ୍ତା ନିର୍ମାଣ କରାଯାଇଥିବା ବେଳେ ଏବେ ତାହାକୁ ମାଟି ପକାଇ ଚାରି ଦିନ ହେଲା ଅବରୋଧ କରାଯାଇଥିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥିବା ଜଣାଯାଇଛି। ଠାକୁରଙ୍କ ଜମି ଏନ୍ଏସିକୁ ହସ୍ତାନ୍ତର ହୋଇନଥିବା ବେଳେ ସେଠାରେ କିପରି ଏବଂ କାହା ସ୍ବାର୍ଥରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ପେବର୍ ରାସ୍ତା ନିର୍ମାଣ କରାଗଲା ତାହା ମଧ୍ୟ ଲୋକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଲୋକଙ୍କ କଲ୍ଯାଣ ପାଇଁ ରାସ୍ତାର ଉନ୍ନତିକରଣ ଦିଗରେ ଚନ୍ଦ୍ରଶେଖର ସ୍ବାମୀ ମନ୍ଦିର କର୍ତ୍ତୃପକ୍ଷଙ୍କ ସକାରାତ୍ମକ ଚିନ୍ତାଧାରା ରହିଥିଲେ ହେଁ ରାସ୍ତା ପାର୍ଶ୍ବସ୍ଥ କେତେକାଂଶ ଜମି ନ୍ଯସ୍ତସ୍ବାର୍ଥ ବ୍ଯକ୍ତିଙ୍କ ଅନଧିକାର ଦଖଲ ଅଭିଯୋଗରେ ଏହି ରାସ୍ତା ଅବରୋଧର ସୂତ୍ରପାତ ହୋଇଛି। ଫଳରେ ସେହି ରାସ୍ତାରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବ୍ଯାହତ ହୋଇଥିବା ବେଳେ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଏନ୍ଏସି କର୍ତ୍ତୃପକ୍ଷ ତୁରନ୍ତ ଏହି ରାସ୍ତା ଅବରୋଧର ପ୍ରତିକାର ବ୍ଯବସ୍ଥା କରିବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
Article Image
12