ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଢେ଼ଙ୍କାନାଳ ରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ଢେଙ୍କାନାଳ, 18/10/2025, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ଶୁକ୍ରବାର ଦିନ ଢେଙ୍କାନାଳ ସ୍ଥିତ "ପ୍ରିୟ" କାର୍ଯ୍ୟାଳୟ ର ଭିକାରୀ ଓ ନିରାଶ୍ରୟ ପୁନର୍ବାସ କେନ୍ଦ୍ର ଓ କଳିଙ୍ଗ ଚକ୍ଷୁ ହସ୍ପିଟାଲ, ଢେଙ୍କାନାଳ ର ମିଳିତାନୁକୁଲ୍ୟ ରେ ଏକ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିର ରେ ୧୬୭ ଜଣ ଲୋକ ଙ୍କର ଚକ୍ଷୁ ପରୀକ୍ଷା କରାଯାଇ ଚଷମା, ଆଖି ଔଷଧ ଇତ୍ୟାଦି ବଣ୍ଟନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ଟି ପ୍ରିୟ ର ନିର୍ଦେଶକ ଟଙ୍କଧର ବାରିକ ଙ୍କ ଉପସ୍ଥିତି ରେ ପରିଚାଳିତ ହୋଇଯାଇଅଛି। "ପ୍ରିୟ" ର ସମସ୍ତ କର୍ମକର୍ତ୍ତା ତଥା ଇଲନ ପ୍ରଭା ସେନାପତି, ଅନ୍ନପୂର୍ଣ୍ଣା ଧଳ, ସୋନାଲି ଧଳ, ସ୍ୱାଗତିକା ରାଉତ, ସୌଭାଗ୍ୟଲକ୍ଷ୍ମୀ ତରାଇ, ଲକ୍ଷ୍ମୀପ୍ରିୟା ନାୟକ,ବର୍ଷାରାଣୀ ପ୍ରଧାନ, ବୈକୁଣ୍ଠନାଥ ପାତ୍ର,ରବୀନ୍ଦ୍ର କୁମାର ସାମଲ, ପର୍ଶୁରାମ ଦାସ ଯୋଗଦେଇ କାର୍ଯ୍ୟକ୍ରମ ଟିକୁ ସଫଳ କରିଥିଲେ।
Article Image
10