ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶିଆଳି ବାଲିଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଏରସମା, 18/10/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
୧୭/୧୦(ନିପ୍ର ):ଏରସମା ବ୍ଳକର ଶିଆଳି ବେଳାଭୂମି ପର୍ଯ୍ୟଟକଙ୍କ ମନ କିଣି ସାରିଛି। ତଥାପି ଏହାର ପରିବେଶ ଓ ସାଂସ୍କୃତିକ ମହୋତ୍ସବ ଶିଆଳି ବାଲିଯାତ୍ରା କିପରି ସରସ ସୁନ୍ଦର ହେବ ସେଥିପାଇଁ ଏରସମା ଅଂଚଳର ଯୁବକ ମାନଙ୍କୁ ନେଇ ଏ ବର୍ଷ ଶିଆଳି ବାଲିଯାତ୍ରାର ପ୍ରସ୍ତୁତି ବୈଠକ ହୋଇଥିଲା। ଏହି ମହୋତ୍ସବ ଖୁବ ଆକର୍ଷଣ ହେଉଥିବାରୁ ସବୁ ରାଜନୈତିକ ସଂଗଠନ ନିଜ ନିଜର ପତିଆର ଯାହାରି କରିବାକୁ ଚେଷ୍ଟା କରିଥାନ୍ତି। କିନ୍ତୁ ବଡ଼ ଦୁଃଖର ବିଷୟ ଏହି ଅନୁଷ୍ଠାଙ୍କୁ ଯିଏ ଆଗରେ ରହି କାର୍ଯ୍ୟକୁ ଚଳାଉଥିଲେ ସେ ନିରାକାର ସ୍ୱାଇଁ। କୌଣସି ଅସୁବିଧାରୁ ତାଙ୍କ ଅନୁପସ୍ଥିତି ନେଇ କଳ୍ପନା ଜଳ୍ପନା ରହିଛି। ଶିଆଳି ବାଲିଯାତ୍ରା ଏରସମା ଅଂଚଳର ଗର୍ବ ଓ ଗୌରବ। ଏହାକୁ ସବୁ ମନ ମାଳିନ୍ୟକୁ ହଟାଇ ଗୋଟିଏ ଲକ୍ଷରେ କାମ କରି ସଂସ୍କୃତିକୁ ବଞ୍ଚାଇବା ପାଇଁ ସ୍ଥାନୀୟ ଅଞ୍ଚଳ ପ୍ରୟାସ ଜାରି ରଖିଛନ୍ତି। ଏହି ପ୍ରସ୍ତୁତି ବୈଠକରେ ଚନ୍ଦନ ପରିଡା ସଭାପତିତ୍ୱରେ , ପ୍ରକାଶ ଲେଙ୍କା,ରଞ୍ଜନ ଚୌଧୁରୀ,ସମ୍ବିତ ଲେଙ୍କା ପ୍ରମୁଖ ୨୨ଜଣ ସଭ୍ୟ ଉପସ୍ଥିତ ଥିଲେ।
Article Image
17