ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଢ଼ିଙ୍କିଆ ପାଟଣା ହାଟ ଠାରେ ସାମ୍ୱାଦିକ ସମ୍ମିଳନୀ।

ଏରସମା/ଢ଼ିଙ୍କିଆ, 18/10/2025, ଉତ୍କଳ voice news - utkalvoicenews.com ( ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ପଞ୍ଚାୟତ ଢ଼ିଙ୍କିଆ ଚାରିଦେଶ ଅଧିବାସୀଙ୍କ ପକ୍ଷରୁ ଆଜି ପାଟଣା ହାଟ ଠାରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ରଞ୍ଜନ ବର୍ଦ୍ଧନ ଓ ପ୍ରଭାତ ରାଉତଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୈଳାଶ ମହାନ୍ତି,ଭ୍ରମର ବର ସେଠୀ,ସୁରେଶ ଦାସ,ବିଷ୍ଟୁ ନାୟକ,ଅକ୍ଷୟ ବେହେରା,ହେମନ୍ତ ସ୍ବାଇଁ,ପୂର୍ବତନ ସରପଞ୍ଚ ଶିଶିର ମହାପାତ୍ର,ପ୍ରଭାତ ରାଉତ,ଦିଲ୍ଲୀପ ବର୍ଦ୍ଧନ,ପ୍ରଶାନ୍ତ ଲେଙ୍କା,ବିକ୍ରମ ଜିତ୍ ସାମନ୍ତରାୟ,ପ୍ରବିର ସାହାଣୀ,ସଦାଶିବ ଦଳାଇ,ପ୍ରଶାନ୍ତ ମହାନ୍ତି,ବିଶ୍ୱଜିତ୍ ରାଉତ,ସଞ୍ଜୟ ମହାନ୍ତିଙ୍କ ପ୍ରମୁଖଙ୍କ ସମେତ ଢ଼ିଙ୍କିଆ ପଞ୍ଚାୟତର ହଜାର ହଜାର ସଂଖ୍ୟାରେ ପୁରୁଷ ଓ ମହିଳା ମାନେ ଯୋଗ ଦେଇଥିଲେ।ଶିଳ୍ପ ହେଲେ ଅଞ୍ଚଳର ପ୍ରଗତୀ ହେବ ଓ ସ୍ଥାନୀୟ ଲୋକେ ନିଯୁକ୍ତି ପାଇବେ।ନିଜ ପରିବାର ପ୍ରତିପୋଷଣ ଦିଗରେ ସକ୍ଷମ ହେବା ଲକ୍ଷ ବୋଲି ସମ୍ମିଳନୀରେ ଦର୍ଶାଇବା ସହ ଶିଳ୍ପ ହିଁ ପ୍ରଗତୀର ମୂଳ ପିଣ୍ଡ।ପାନ ଅର୍ଥ ନୀତିରୁ ଶିଳ୍ପ ଅର୍ଥନୀତି ଆଡ଼କୁ ଅଗ୍ରସର ହେଉଛି ଢ଼ିଙ୍କିଆ ଚରିଦେଶ ବୋଲି ଏହି ସାମ୍ୱାଦିକ ସମ୍ମିଳନୀରେ ରଞ୍ଜନ ବର୍ଦ୍ଧନ ପ୍ରକାଶ କରିଛନ୍ତି।ଏଥିସହିତ ଢ଼ିଙ୍କିଆ ପଞ୍ଚାୟତର ବିଭିନ୍ନ ସାମାଜିକ କାର୍ଯ୍ୟରେ ଜିନ୍ଦଲ କମ୍ପାନୀ ତରଫରୁ ଅର୍ଥ ବିନିଯୋଗ କରୁଛନ୍ତି।ଅଦ୍ୟାବଧି ସ୍ଥାନୀୟ ଜିନ୍ଦଲ କମ୍ପାନୀରେ ୬ଶହରୁ ଉର୍ଦ୍ଧ୍ବ ଲୋକେ କର୍ଯ୍ୟ କରୁଥିବାଳେ ଆଗାମୀ ଦିନରେ ଢ଼ିଙ୍କିଆ ପଞ୍ଚାୟତର ହଜାର ହଜାର ଲୋକେ ଏହି ପ୍ରକଳ୍ପରେ ନିଯୁକ୍ତି ପାଇବେ ଆଶା ରଖିଛନ୍ତି।ତେଣୁ ଖୁବ୍ ଶୀଘ୍ର ସ୍ଥାନୀୟ ଳୋକଙ୍କୁ ବିଭିନ୍ନ ଦାବୀ ଓ ଉପଯୁକ୍ତ ନିଯୁକ୍ତି ପ୍ରଦାନ କରିବା ପାଇଁ ସର୍ଜନ ଜିନ୍ଦଲଙ୍କୁ ବହୁ ବୁଦ୍ଧିଯିବୀ ଏହି ସାମ୍ୱାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
Article Image
Article Image
11