ପାରାଦୀପ ଗଡ , 18/10/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ / କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ଜଗତସିଂହପୁର ଜିଲ୍ଲା, ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ର ପାରାଦୀପ ଗଡ ଗ୍ରାମ ର କୃଷକ ମାନଙ୍କୁ ଗୋ ପାଳନ ଓ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ସସକ୍ତ କରିବା ପାଇଁ ଆର୍ସେଲର ମିତ୍ତଲ ଓ ନିପ୍ପନ ଷ୍ଟିଲ ତରଫରୁ ପୋଷଣ ଯୁକ୍ତ ଖାଦ୍ୟ ଓ ଔଷଧ ବଣ୍ଟନ କରା ଯାଇଛି l ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ପାରାଦୀପ ଗଡ ଠାରେ ଏକ ଦୁଗ୍ଧ ସଂଗ୍ରହ କେନ୍ଦ୍ର ଓ ବଜାରରେ ଏକ ଦୁଗ୍ଧ ଓ ଦୁଗ୍ଧ ଜାତୀୟ ଖାଦ୍ୟ ସାମଗ୍ରୀ ବିକ୍ରୟ ନିମନ୍ତେ ଏକ ବିକ୍ରୟ କେନ୍ଦ୍ର ଖୋଲିବାକୁ ଦାବୀ କରିଥିଲେ l ଉକ୍ତ ପ୍ରସ୍ତାବ ଦୁଇଟି ଅତ୍ୟନ୍ତ ଉଚ୍ଚ ମାନର ଓ ଉପାଦେୟ ହୋଇଥିବାରୁ ତୁରନ୍ତ ଦୁଇଟି ପ୍ରସ୍ତାବ କୁ ଆସନ୍ତା ଛ ମାସ ମଧ୍ୟରେ ପୂରଣ କରାଯିବ ବୋଲି କମ୍ପାନୀ ପାରାଦୀପ ସି.ଏସ୍.ଆର୍. ମୁଖ୍ୟ ଦେବାଶିଷ ସ୍ବାଇଁ ପ୍ରକାଶ କରିଥିଲେ, ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ପ୍ରାଣିଧନ ନିରୀକ୍ଷକ ମୁକ୍ତିକାନ୍ତ ରାଉତରାୟ, ମୋନାଲିସା ମହାପାତ୍ର, ଉଲ୍ଲାସ ମହରଥା, ଦିଲ୍ଲୀପ ପଣ୍ଡା, ପ୍ରମୁଖ ଯୋଗଦେଇ ଦୁଗ୍ଧ ଚାଷୀ ଓ ଗୋ ପାଳକ ଙ୍କୁ ପୋଷଣ ଯୁକ୍ତ ଖାଦ୍ୟ, ଔଷଧ ବଣ୍ଟନ କରିଥିଲେ l