ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ନାମ ସ୍ଥାପିତ ୨ବର୍ଷ ୪ମାସରେ ସଫଳ ହାସଲ କଲେ ଶ୍ୟାମ ସୌର୍ଯ୍ୟ

ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ବୋରିକିନା ପଞ୍ଚାୟତ, 19/10/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ବୋରିକିନା ପଞ୍ଚାୟତ ଅନ୍ତର୍ଗତ ଡୋଭାଳ ଗ୍ରାମର ବ୍ୟାଙ୍କ ଅଧିକାରୀ ଜ୍ଞାନ ରଞ୍ଜନ ସ୍ୱାଇଁ, ମାତା କ୍ରୀଷ୍ଣା ସାଗରିକାଙ୍କ ପୁତ୍ର ଶ୍ୟାମ ସୌର୍ଯ୍ୟ ଇଣ୍ଡିଆ ବୁକ୍ ଅଫ ରେକର୍ଡସ ରେ ସର୍ବ ଭାରତୀୟ ସ୍ତରରେ ନିଜ ନାମକୁ ଲିପିବଦ୍ଧ କରିଛନ୍ତି । ଏହି ପ୍ରତିଯୋଗିତାରେ ଇଂରାଜୀ ଶବ୍ଦ ଉଚ୍ଚାରଣ (ଏ ଠାରୁ ଜେଡ), ବିଭିନ୍ନ ଫୁଲ, ବିଭିନ୍ନ ଫଳ, ସ୍ୱାଧୀନତା ସଂଗ୍ରାମୀ, ଇଂରାଜୀ ଧ୍ୱନିମେଳ, ଓଡ଼ିଶାର ୩୦ଟି ଜିଲା ମାନଙ୍କ ନାମ, ପ୍ରାଞ୍ଜଳ ଭାବରେ କହି ଏହି ସ୍ଥାନ ଅଧିକାର କରିଛନ୍ତି । ସର୍ବ ଭାରତୀୟ ସ୍ତରରେ ସବୁ ପ୍ରତିଯୋଗୀ ମାନଙ୍କୁ ପଛରେ ପକାଇ ମାତ୍ର ୨ବର୍ଷ ୪ମାସରେ ସେ ଏହି ସଫଳ ହାସଲ କରିଛି । ଏଥି ପାଇଁ ଇଣ୍ଡିଆ ବୁକ୍ ଅଫ ରେକର୍ଡସ ତରଫରୁ ତାଙ୍କୁ ଗୋଲ୍ଡ ମେଡାଲ୍, ମାନପତ୍ର ଏବଂ ଇଣ୍ଡିଆ ବୁକ୍ ଅଫ ରେକର୍ଡସର ଅନ୍ୟାନ୍ୟ ଶିକ୍ଷା ଭିତ୍ତିକ ସାମଗ୍ରୀ ପ୍ରଦାନ କରାଯାଇଥିଲା । ଏହି ସମ୍ମାନ ଜନକ ଇଣ୍ଡିଆ ବୁକ ଅଫ ରେକର୍ଡ ସ୍ଥାନ ପାଇଥିବାରୁ ବାଲିକୁଦା ବ୍ଲକ ଓ ଜଗତସିଂହପୁର ଜିଲାରେ ବିଭିନ୍ନ ବର୍ଗର ଜନସାଧାରଣଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।
8