ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ, ଢେଙ୍କାନାଳ ତରଫରୁ ମୁଖ୍ୟ ମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ

ଢେଙ୍କାନାଳ, 19/10/2025, ଉତ୍କଳ voice news - utkalvoicenews.com(ଢେଙ୍କାନାଳରୁ ଶୁଭମ୍ ପାଣିଙ୍କ ରିପୋର୍ଟ) :
Article Image
ଭାରତୀୟ ମଜଦୂର ସଂଘ ସ‌ହବନ୍ଧିତ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ, ଢେଙ୍କାନାଳ ଜିଲ୍ଲା ତରଫରୁ ୯ ଦଫା ବିଶିଷ୍ଟ ଦାବି ରାଜ୍ୟ ନିଷ୍ପତି ଅନୁସାରେ ଆଜି ଢେଙ୍କାନାଳ ଜିଲ୍ଲାପାଳଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ଉକ୍ତ ଦାବୀ ଗୁଡିକ ହେଲେ, ଜାତୀୟ ସାସ୍ଥ୍ୟ ମିଶନ (ଏନ୍.ଏଫ୍.ଏମ୍.)କୁ ସ୍ଥାୟୀ କରାଯାଇ ଆଶାକର୍ମୀମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରାଯାଉ । ଆଶାକର୍ମୀଙ୍କୁ ସରକାରୀ ମାନ୍ୟତା ପର୍ଯ୍ୟନ୍ତ ସାମାଜିକ ସୁରକ୍ଷା ଅନ୍ତର୍ଗତ ଇ.ଏସ୍.ଆଇ ଓ ଇ.ପି.ଏଫ୍.ଓ ସ୍କିମ୍‌ରେ ଅନ୍ତର୍ଭୁକ୍ତ କରାଯାଉ । ପ୍ରତିମାସ ୧୦ ତାରିଖ ମଧ୍ୟରେ ମାନଦେୟ ପ୍ରଦାନ ଓ ପ୍ରତି ପି.ଏଚ୍.ସି. ଓ ସି.ଏଚ୍.ସି. ରେ ଆଶା ଗୃହ ନିର୍ମାଣ କରାଯାଉ।ଯୋଗ୍ୟତା ଭିତିରେ ଆଶାକର୍ମୀମାନଙ୍କୁ ଉପ‌ଯୁକ୍ତ ତାଲିମ୍ ପ୍ରଦାନ କରାଯାଇ ଏ.ଏନ୍.ଏମ୍. ପଦବୀକୁ ପଦୋନ୍ନତି କରାଯାଉ।ଆଶାକର୍ମୀମାନଙ୍କୁ ଦୁର୍ଘଟଣା ଜନିତ ମୃତ୍ୟୁ ସହାୟତା ରାଶି ୧୦ଲକ୍ଷ ଟଙ୍କା ପ୍ରଦାନ କରାଯାଉ।ଅବସର କାଳୀନ ସହାୟତା ରାଶି ଏକକାଳୀନ ୧୦ଲକ୍ଷ ଟଙ୍କା ପ୍ରଦାନ ସହିତ ମାସିକ ଭତା ୫ ହଜାର ଟଙ୍କା ପ୍ରଦାନ କରାଯାଉ । ଆଶାକର୍ମୀମାନଙ୍କ କାର୍ଯ୍ୟ ସମ୍ପାଦନ ନିମନ୍ତେ ଉକ୍ତ ଗୁଣବତା ସମ୍ପନ୍ନ ମୋବାଇଲ୍।ଟାବ୍‌ଲେଟ୍‌ ପ୍ରଦାନ କରାଯାଉ।ଉକ୍ତ କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲା ବିଏମ୍‌ସି ପ୍ରଭାରୀ ଶ୍ରୀନିବାସ ଖୁଟିଆଙ୍କ ନେତୃତ୍ବରେ ଜିଲ୍ଲାର ସମସ୍ତ ପ୍ରମୁଖ ଆଶାକର୍ମୀମାନଙ୍କ ସହଯୋଗରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଏମ୍‌ସି ଜିଲ୍ଲା ସଭାପତି ଅନିଲ୍ କୁମାର ଭୁତିଆ,ସଂପାଦକ କୃଷ୍ଣ ଚନ୍ଦ୍ର ସାହୁ,ଜିଲ୍ଲା ସଂଘ ସଭାନେତ୍ରୀ ସୁପ୍ରଭା ପ୍ରଧାନ, ସାଧାରଣ ସମ୍ପାଦିକା କୁମାରୀ ସାହୁ,କୋଷାଧ୍ୟକ୍ଷା ସୁମିତ୍ରା ବେହେରା,ମିରା ରାଣୀ ପ୍ରଧାନ ଓ ମୀନାରାଣୀ ମହାନ୍ତି ତଥା ଶତାଧ‌ିକ କର୍ମୀ ଉପସ୍ଥିତ ରହି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି ।
Article Image
9