ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଦେଇକା ଗ୍ରାମରେ ଶ୍ୟାମାକାଳୀ ପୂଜା ଅନୁଷ୍ଠିତ

ଏରସମା, 19/10/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ ଅନ୍ତର୍ଗତ ଜପା ପଞ୍ଚାୟତ ଦେଇକା ଗ୍ରାମରେ ମା"ଶ୍ୟାମାକାଳୀ ପୂଜା ଦୀର୍ଘ ୫୦ ବର୍ଷରେ ପର୍ଦାପଣ କରିଛି। ମା" ଶ୍ୟାମାକାଳୀ ପୂଜା ଧୁମଧାମରେ ପାଳନ ହୋଇଯାଇଛି । ମା" ଶ୍ୟାମାକାଳୀଙ୍କ ନିତିନିୟମ ଅନୁସାରେ ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ମାନେ କାଳୀପୂଜା ମଣ୍ଡପ ପାଖରୁ ଏକ ବିରାଟ କଳସ ଯାତ୍ରା ରେ ବାଜା ,ବାଣ, ଘଣ୍ଟ ଘଣ୍ଟି ସହିତ କୀର୍ତ୍ତନ କରି ତିହିରିଆ ନଦୀ ନିକଟରେ ପହଞ୍ଚିବାପରେ ନଦୀ ନିକଟରେ ପଣ୍ଡିତ ପୂଜାର୍ଚ୍ଚନା କରିଥିଲେ।ପୂଜାସାରିବା ପରେ ଦେଇକା ଗ୍ରାମର ଶ୍ରଦ୍ଧାଳୁ ମାନେ ନିତିନିୟମ ଅନୁସାରେ ଘଣ୍ଟ ଘଣ୍ଟି ହରିବୋଲ ହୁଳହୁଳି ସହିତ ଏକ କଳସ ଯାତ୍ରାରେ ଆସି ପୂଜାମଣ୍ଡପ ପୀଠରେ ପହଞ୍ଚିବା ପରେ ପୂଜାର୍ଚ୍ଚନା କରାଯିବା ସହିତ ହୋମଯଜ୍ଞ ହୋଇଥିଲା ।ଗ୍ରାମରେ ଭକ୍ତି ମେୟ ପରିବେଶ ସୃଷ୍ଟି ହୋଇଥିଲା ଓ ସମସ୍ତ ଭକ୍ତମାନଙ୍କ ପାଇଁ ପ୍ରସାଦ ଶେବନ ର ବ୍ୟବସ୍ଥା କରାଯାଇଥିଲା। ଦେଇକା ମା" ଶ୍ୟାମାକାଳୀ ପୂଜା କମିଟିର ସଦସ୍ୟ ବିନାୟକ ପ୍ରସାଦ ଲେଙ୍କା, ସୂର୍ଯ୍ୟକାନ୍ତ ପରିଡା, ସଂଗ୍ରାମ କିଶୋର ସ୍ୱାଇଁ, କେଦାର ଛଟେଇ, ନୃସିଂହ ପଲ୍ଲାଇ,ଲଲପ ଦାସ, ନାରାୟଣ ସାହୁ, ବସନ୍ତ ସେଠୀ, ଟୁକୁନା ପରିଡା,ପରେସ୍ ଦାସ, ପ୍ରଫୁଲ୍ଲ ପଲ୍ଲାଇଙ୍କ ସମେତ ଦେଇକା ଗ୍ରାମର ସମସ୍ତ ମୁରବି ଯୁବକ ,ମହିଳା ମାନଙ୍କ ସହଯୋଗରେ ମା" ଶ୍ୟାମାକାଳୀଙ୍କ ପୂଜା ଆଡ଼ମ୍ବରରେ କରାଯାଇଥିଲା
31