ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କେଉଟପାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ୪ର୍ଥ ମାସିକ ବୈଠକ

ଏରସମା, 19/10/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଅନ୍ତର୍ଗତ ତିତିରା ପଞ୍ଚାୟତର କେଉଟପାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ୪ର୍ଥ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ କ୍ଲଷ୍ଟର ଅଧିନସ୍ଥ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଜଣେ ଲେଖାଏଁ ଏଫଏଲଏନ ଶିକ୍ଷକ ଯୋଗଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମେନକା କୁମାରୀ ଦେଇ ଉକ୍ତ ବୈଠକକୁ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଏହି ବୈଠକରେ କ୍ଲଷ୍ଟର ସିଆରସିସି ବିଜୟ କୁମାର ସେଠୀ ଅଧ୍ୟକ୍ଷତା କରିବା ସହିତ ବୈଠକର ଉଦ୍ଧେଶ୍ୟ ଓ ବିଷୟବସ୍ତୁ ସମ୍ପର୍କରେ ଆଲୋଚନା କରିଥିଲେ । ବୈଠକରେ ଅକ୍ଟୋବର ମାସର ଶୈକ୍ଷିକ କ୍ୟାଲେଣ୍ଡର, ଶିଶୁ ବାଟିକା, ପ୍ରଥମ, ଦ୍ୱିତୀୟ, ତୃତୀୟ ଶ୍ରେଣୀ, ନମୁନା ପାଠଟୀକା (ବହୁଶ୍ରେଣୀ) ଶିକ୍ଷକ ଗତିବିଧି, ଯୋଜନା ପ୍ରସ୍ତୁତି ଓ ଉପସ୍ଥାପନା, ଶିକ୍ଷଣ ସୋପାନ ରେଜିଷ୍ଟର, ବର୍ଣ୍ଣାଳି କାର୍ଯ୍ୟକ୍ରମ, ପଠନ ପ୍ରୋତ୍ସାହନ ଅଭିଯାନ 'ପଢିବା, ଗଢିବା ଓଡିଶା' ଇତ୍ୟାଦି ବିଷୟରେ ସିଆରସିସି ଆଲୋଚନା କରିବା ସହ ବିଦ୍ୟାଳୟ ସ୍ତରରେ କାର୍ଯ୍ୟକାରୀ କରିବା ନିମନ୍ତେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଉକ୍ତ ବୈଠକରେ ସରକାରୀ ଉଚ୍ଚ ବିଦ୍ୟାଳୟ ବୋରିକିନାର ପ୍ରଧାନ ଶିକ୍ଷକ ବିଜୟ କୁମାର ମଲ୍ଲିକ, ସଭାପତିତ୍ୱ କରିଥିଲେ । ଶେଷରେ ଉକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।
Article Image
10