କୁଜଙ୍ଗ , 20/10/2025, ଉତ୍କଳ voice news - utkalvoicenews.comସବୁ ଯୁଗରେ ସାହିତ୍ଯ ମାନବିକ ,ସମ୍ବେଦନ,ବିବେକବୋଧ,
ବିଚାରଧାରା,ସହନଶୀଳତା ବହନକରି ମାନବ ସମାଜକୁ ଦିଗ୍ ଦର୍ଶନ ଦେଇ ଆସିଥାଏ ବୋଲି ଅତିଥି ମାନେ ମତବ୍ୟକ୍ତ କରିଛନ୍ତି।

ଶିକ୍ଷା,ସାହିତ୍ଯ, ସଂସ୍କୃତି,ସମାଜସେବା ଅନୁଷ୍ଠାନ 'ମେଘମହ୍ଲାର' ର ଚତୁର୍ଥ ବାର୍ଷିକ ସ୍ବନକ୍ଷତ୍ର ଉତ୍ସବ ଡ. କେଶବଚନ୍ଦ୍ର ଦଳାଇଙ୍କ ପୌରହିତ୍ଯରେ ମୁଖ୍ଯ ଅତିଥି ଅବସରପ୍ରାପ୍ତ ପ୍ରଫେସର ଉମାକାନ୍ତ ନାୟକ ସାହିତ୍ଯକୁ ବାଦ୍ ଦେଇ ସୁନ୍ଦର ସମାଜର ପରିକଳ୍ପନା କରାଯାଇ ପାରିବ ନାହିଁ ବୋଲି କହିଥିଲେ।ମୁଖ୍ଯବକ୍ତା ଭାବେ ବାଲିଘର ସଂପାଦକ କୈଳାସ ଚନ୍ଦ୍ର ସ୍ବାଇଁ ସବୁ ଯୁଗରେ ସାହିତ୍ଯ ମାନବ ସମାଜର ହିତ ସାଧନ କରିଥାଏ ବୋଲି କହିଥିଲେ।ଶିକ୍ଷାବିତ୍ ବିଭୁତି ଭୂଷଣ ଦାସ,କବି ନବୀନ କୁମାର ପ୍ରଧାନ ସାହିତ୍ଯର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।ଏହି ସାରସ୍ବତ ସମାରୋହରେ ଅନୁଷ୍ଠାନ ପକ୍ଷରୁ ଓଡିଶା ସାହିତ୍ଯ ଏକାଡ଼େମୀ ପୁରସ୍କୃତ କବି ପୀତାମ୍ବର ତରାଇଙ୍କୁ ଜନ୍ମଦିନର ଅଭିନନ୍ଦନ ସହ ଉତ୍କଳ ସାହିତ୍ଯ ସମାଜର ନବ ନିର୍ବାଚିତ କାର୍ଯ୍ଯକାରୀ ସମିତି ସଭ୍ଯ ଡଃ ରଘୁ ସାହୁଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ପ୍ରାରମ୍ଭରେ ସଂପାଦିକା କବି ପ୍ରଭାତୀ ମାଝୀ ସାରସ୍ବତ ଆସର ସଂମ୍ପର୍କରେ ସୂଚନା ପ୍ରଦାନ କରିଥିବାବେଳେ
ସସ୍ମିତା ନାୟକ, ରାକେଶ ମଣ୍ଡଳ ସ୍ବାଗତ ସଂଗୀତ ଗାନ କରିଥିଲେ।କଥାକାର ଦୀପ୍ତି ଖଣ୍ଡୁଆଳଙ୍କ ସଂଯୋଜନାରେ ଗୌର ବାରିକ,ଜୟନ୍ତୀ ଦାଶ,ମାନଗୋବିନ୍ଦ ପ୍ରଧାନ, କନକ ବାରିକ,ରବୀନ୍ଦ୍ର ଚୌଧୁରୀ,ଜୟୀରାମ ସାହାଣୀ,ଗୀତା ଦାସ,ସର୍ବେଶ୍ବର ସେଠୀ ସ୍ବରଚିତ କବିତା ଆବୃତ୍ତି କରିଥିଲେ।ସମାଜସେବୀ ବିଜୟ ଖଟେଇ ଅତିଥିମାନଙ୍କ ପରିଚୟ କରିଥିବା ବେଳେ ସୌଭାଗିନୀ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।