ପାରାଦୀପ ଗଡ, 28/01/2025, ଉତ୍କଳ voice news - utkalvoicenews.com
ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାରାଦୀପ ଗଡ ରେ ଅବସ୍ଥିତ ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟରେ "ନିପୁଣ ଓଡ଼ିଶା ମେଳା" ଅନୁଷ୍ଟିତ ହୋଇଯାଇଅଛି l

ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କୁଜଙ୍ଗ ବ୍ଲକ୍ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିମା ସୁତାର, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଆଇନଜୀବୀ ସଞ୍ଜୟ କୁମାର ବେହେରା, ସମ୍ମାନିତ ଅତିଥି ଭାବେ କୁଜଙ୍ଗ ବ୍ଲକ୍ ଉପାଧ୍ୟକ୍ଷ ଜ୍ଞାନଜିତ୍ ସ୍ୱାଇଁ, ନୁଆଗଡ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ଦେବେନ୍ଦ୍ର ରାଉତ, ସ୍କୁଲ ଶିକ୍ଷା କମିଟି ସଭାପତି ଜୀବନ ଧନ ବେହେରା, ଯୋଗଦେଇ ଛାତ୍ର, ଛାତ୍ରୀ ଙ୍କୁ ଆଗକୁ ବଢିବା ପାଇଁ ପରାମର୍ଶ ଦେଇଥିଲେ l
ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଶିକ୍ଷାର ବିକାଶ ପାଇଁ ବ୍ୟାପକ ଅନୁଦାନ ପ୍ରଦାନ କରୁଛନ୍ତି l ତା'ର ସଠିକ ଉପଯୋଗ କଲେ ଓଡ଼ିଶା ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ହୋଇପାରିବ l ନିପୁଣ ଓଡ଼ିଶା ମେଳାରେ ଛାତ୍ର, ଛାତ୍ରୀ ମାନେ ଗଣିତ ଓ ବିଜ୍ଞାନ ସମ୍ବନ୍ଧୀୟ ପଦର୍ଶନୀ ପ୍ରଦର୍ଶନ କରିଥିଲେ l ସି.ଆର.ସିସି, ସମିର କୁମାର ଓଝା ସଭା ସଞ୍ଚାଳନ କରିଥିଲେ l ସ୍କୁଲ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଇତିଶ୍ରୀ ସାହୁ ସଭାପତିତ୍ବ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ପ୍ରଭାତ ନଳିନୀ ବେହେରା, ମିନାର୍ଭା ସ୍ୱାଇଁ, ମିନାକ୍ଷୀ ପଣ୍ଡା, ବିଜୟଲକ୍ଷ୍ମୀ ସ୍ବାଇଁ, ଦୀପିକା ସୋରେନ, ସମ୍ପଦ ମୁଦୁଲି, ସାଗରିକା ସ୍ୱାଇଁ, ରମାକାନ୍ତ ଖଣ୍ଡୁଆଳ ପ୍ରମୁଖ ଯୋଗଦେଇ ମେଳା ଟିକୁ ସରସ ସୁନ୍ଦର କରିଥିଲେ l