ଏରସମା, 22/10/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ଏରସମା ବ୍ଲକ ଅନ୍ତର୍ଗତ ନୂଆଗାଁ ଠାରେ ସାର୍ବଜନୀନ କାଳୀ ପୂଜା କମିଟି ପକ୍ଷରୁ ୩୭ ତମ କାଳୀ ପୂଜା ଉତ୍ସବ ବେଶ୍ ଧୂମଧାମରେ ପାଳନ କରାଯାଇଛି। ପୂଜା ମଣ୍ଡପ ନିକଟରୁ ବାଜା,ବାଣ ଘଣ୍ଟ,ଘଣ୍ଟି , ହରିବୋଲ ହୁଳହୁଳି ସହିତ ଏକ ବିରାଟ କଳସ ଶୋଭା ଯାତ୍ରରେ ଜଟାଧାର ମୁହାଣ ନିକଟରେ ପହଞ୍ଚିବାପରେ କର୍ତ୍ତା ରମେଶ ଚନ୍ଦ୍ର ସ୍ୱାଇଁ ଜଟାଧାର ମୁହାଣ ନିକଟରେ ପୂଜାର୍ଚ୍ଚନା କରି ମା"ଙ୍କ ପୂଜା ମଣ୍ଡପ ନିକଟରେ ପହଞ୍ଚିଥିଲେ। ଅଞ୍ଚଳରେ ଭକ୍ତିମୟ ପରିବେଷ ସୃଷ୍ଟି ହୋଇଥିଲା।ଯୁବ ପ୍ରତିଭା ଶିଳ୍ପ ଉଦ୍ୟୋଗୀ ତଥା ସମାଜସେବୀ ରଶ୍ମିରଞ୍ଜନ ଦାସ ଯୋଗଦେଇ ଦୀପା ବଳୀରେ ଅଞ୍ଚଳ ବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ମା"ଙ୍କ ଦର୍ଶନ କରି ଅଞ୍ଚଳ ବାସୀଙ୍କ ଶୁଭ କାମନା କରିଥିଲେ। ପାଞ୍ଚ ଦିନ ଧରି ପ୍ରତ୍ୟେକ ଦିନ ସଂଧ୍ୟାରେ ଓଡ଼ିଶାର ବିଭିନ୍ନ କଳାକାର ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ସାର୍ବଜନୀନ କାଳୀପୂଜା କମିଟି ତରଫରୁ ସୂଚନା ମିଳିଛି।ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ନୂଆଗାଁ ସାର୍ବଜନୀନ କାଳୀ ପୂଜା କମିଟିର ସଭ୍ୟ ସଭ୍ୟା ମାନଙ୍କ ସମେତ ଗ୍ରାମର ମୁରବି ବୁଦ୍ଧିଜୀବି ଯୁବକ ଯୁବତୀ ମାନଙ୍କ ମିଳିତ ସହଯୋଗର ୬ ଦୀନ ବ୍ୟାପି ପୂଜା ଶାନ୍ତି ଶୃଙ୍ଖଳାରେ ସମ୍ଫନ୍ନ କରାଯିବ।