ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନଦୀରେ ଭାସୁଛି ଅଜଣା ଲୋକର ମୃତ ଦେହ।

ଏରସମା, 22/10/2025, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ଚରଣ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ କୁଞ୍ଜକୋଠୀ ପଞ୍ଚାୟତ ର ଖୁରାଣ୍ଟ ଦାସ ମଠ ନିକଟବର୍ତ୍ତୀ ଜଟାଧାର ମୁହାଣ ସଂଲଗ୍ନ ହଂଶୁଆ ନଦୀରେ ଭାସୁଛି ଅଜଣା ଲୋକର ମୃତଦେହ।ମଙ୍ଗଳ ବାର ସକାଳୁ ଗାଁ ଲୋକେ ମାଛ ଧରିବାକୁ ନଦୀକୁ ଯାଇଥିବାବେଳେ ଲାଲୁ ପଣ୍ଡା ଅଡ ନିକଟରେ ଏକ ମୃତ ଦେହ ଭାସୁଥିବା ଦେଖିବାକୁ ପାଇଥିଲେ।ଏହି ଘଟଣା ପ୍ରକାଶ ପାଇଲା ପରେ ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା।କେହି ହତ୍ୟା କରି ନଦୀରେ ଫିଙ୍ଗିଦେଇଥିବା ଲୋକେ ସଂଦେହ କରୁଛନ୍ତି।ଖବର ପାଇଁ ପ୍ରଥମେ ଅଗ୍ନିଶ୍ରମ ବାହିନୀ ଓ ପରେ ଏରସମା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିବା ଜଣାପଡିଛି।
Article Image
Article Image
11