ଏରସମା, 28/01/2025, ଉତ୍କଳ voice news - utkalvoicenews.com
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଶିକ୍ଷା ବିଭାଗ ଅଧିନ ବାଲିତୁଠ ଆଞ୍ଚଳିକ ସାଧନା କେନ୍ଦ୍ର ପକ୍ଷରୁ ୯ଟି ବିଦ୍ୟାଳୟରୁ ୧୭୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ନିପୁଣ ଓଡିଶା ମେଳା କାର୍ଯ୍ୟକ୍ରମ ବାଲିତୁଠ ପଞ୍ଚାୟତର ବାଲିତୁଠ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ଏହି ଆୟୋଜିତ କାର୍ଯ୍ୟକ୍ରମରେ ସିଆରସିସି ନିରଞ୍ଜନ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବରେ ଏରସମା ବ୍ଲକ ଅଧ୍ୟକ୍ଷ ବିକାଶ କୁମାର ପରିଡ଼ା, ମୁଖ୍ୟ ବକ୍ତା ଭାବରେ ଏରସମା ଏବିଓ ଲାକେତୋ ଅଲିଖାଁ, ସମ୍ମାନିତ ଅତିଥି ଭାବରେ ବାଲିତୁଠ ପଞ୍ଚାୟତର ସରପଞ୍ଚ ପ୍ରଫୁଲ୍ଲ କୁମାର ଦାସ, ବାମଦେଇପୁର ପଞ୍ଚାୟତର ସମିତି ସଭ୍ୟ ବିକ୍ରମ ମହାପାତ୍ର ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ନିପୁଣ ଓଡିଶା ମେଳାକୁ ଉଦଘାଟନ କରିଥିଲେ। ଏଥିରେ ୪ଟି ଷ୍ଟଲ ତଥା ସାକ୍ଷରତା, ସଂଖ୍ୟା ଜ୍ଞାନ, ସ୍ରୃଜନଶୀଳତା ଓ ମତାମତ ଷ୍ଟଲ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ନିଜର ନିପୁଣ ଦକ୍ଷତା ହେବାର ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ରବିନ୍ଦ୍ର କୁମାର ରାଉତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବାଲିତୁଠ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଲୀନା ନନ୍ଦ ସ୍ଵାଗତ ଭାଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷକ / ଶିକ୍ଷୟିତ୍ରୀ ଅନିତା ବେହେରା, କୁମୁତ ରଞ୍ଜନ ମହାନ୍ତି, ସୁଶମା ସ୍ଵାଇଁ, ଦେବଜାନୀ ସ୍ଵାଇଁ ଓ ନୀରଞ୍ଜନ ବାରିକ ପ୍ରମୁଖଙ୍କ ସମେତ ୯ଟି ବିଦ୍ୟାଳୟର ୯ଜଣ ଶିକ୍ଷୟିତ୍ରୀଙ୍କ ସମେତ ୯୦ ଜଣ ଅବିଭାବକ ଯୋଗଦେଇ ନିପୁଣ ଓଡିଶା ମେଳା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।