କୁଜଙ୍ଗ , 22/10/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ।) :

କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ପଙ୍କପାଳ ଗ୍ରାମର ଦୁର୍ଗା ମନ୍ଦିରରେ ଏଭଳି ଅଭାବନୀୟ ଚୋରିର କାଣ୍ଡ ଗତ ୧୮ ତାରିଖ ଦିନ ରାତିରେ ମାଆଙ୍କ ପୂଜାର୍ଚ୍ଚନା ଚାଲିଥିବା ବେଳେ ସେଠାରୁ ମା,ଙ୍କ ପିତଳ ବାସନ ପୂଜା ସାମଗ୍ରୀ ସହ ଅନ୍ୟାନ୍ୟ ଜିନିଷ ଚୋରି ହେଇଥିବା ନେଇ ମନ୍ଦିରର ପ୍ରେସିଡେଣ୍ଟ ଆଶୁତୋଷ କଣ୍ଠ କୁଜଙ୍ଗ ଥାନାରେ ଏତଲା ଦେଇଥିଲେ। ଏତଲା ପାଇବା ପରେ କୁଜଙ୍ଗ ପୋଲିସ୍ ୩୮୧ କେଶ୍ ନମ୍ବର ରେଜିଷ୍ଟ୍ରି କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ଜଣାପଡିଲା କି ଉକ୍ତ ଗ୍ରାମର ପ୍ରଶାନ୍ତ କୁମାର ସାହୁ ନାମକ ଜଣେ ଦୁବୃର୍ତ୍ତ ବ୍ୟକ୍ତି ଆଉ ୫ଜଣ ଯୁବକଙ୍କ ସହ ମିଶି ଗୋଟେ ସିଣ୍ଡିକେଟ ପ୍ରସ୍ତୁତ କରିଥିଲେ। ପରେ ସେମାନେ ଯୋଜନା କରି ମନ୍ଦିରର ତାଲା ଭାଙ୍ଗି ସେସବୁ ସାମଗ୍ରୀକୁ ଚୋରି କରିଥିଲେ। ଏଥିରେ ସଂପୃକ୍ତ ଥିବା ବ୍ୟକ୍ତି ମାନଙ୍କ ନାମରେ ଆଗରୁ ମଧ୍ୟ ବହୁ ମାତ୍ରାରେ ଏତଲା ଅଛି। ଆଗରୁ ମନ୍ଦିରରୁ ଯେତେ ଚୋରି ହୋଇଥଲା ସେଥିରେ ମଧ୍ୟ ସେମାନଙ୍କ ହାତ ଥିବାର କୁଜଙ୍ଗ ପୋଲିସ୍ ସୂତ୍ରରୁ ପ୍ରକାଶ।ଦୁବୃର୍ତ୍ତ ମାନଙ୍କଠାରୁ ଖାଲି ପୂଜା ସାମଗ୍ରୀ ନୁହେଁ ଆହୁରି ମଧ୍ୟ ଲାଇଟର୍,ପିତଳ ଦୀପ,ଗଞ୍ଜେଇ ଏବଂ ଦୁଇଟି ମୋଟରସାଇକେଲ ମଧ୍ୟ ଜବତ୍ କରିଛି ପୋଲିସ।ପରେ ୬ ଜଣ ଦୁବୃର୍ତ୍ତଙ୍କୁ ଗତକାଲି କୋର୍ଟ ଚାଲାଣ କରିଛି କୁଜଙ୍ଗ ପୋଲିସ୍।