ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ନାରାୟଣ ବୀରବର ସାମନ୍ତଙ୍କ ଜୟନ୍ତୀ ପାଳନ

କୁଜଙ୍ଗ , 22/10/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
କୁଜଙ୍ଗ ଠାରେ ପ୍ରିୟବନ୍ଧୁ ସାରସ୍ୱତ ଏକାଡେମୀ ପକ୍ଷରୁ ଓଡିଶା ବିଧାନସଭା ପୂର୍ବତନ ଉପ-ବାଚସ୍ପତି ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ନାରାୟଣ ବୀରବର ସାମନ୍ତଙ୍କ ଜୟନ୍ତୀ ପାଳନ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି lଓଡ଼ିଶାର ଅନ୍ୟତମ ବରପୁତ୍ର ସ୍ବର୍ଗତ ସାମନ୍ତ ରାଜ ପରିବାର ସୁଖ ଛାଡି ଏରସମା ,କୁଜଙ୍ଗ ଓ ପାରାଦ୍ୱୀପ ଅଂଚଳରେ ବ୍ରିଟିଶ ବିରୋଧୀ ଆନ୍ଦୋଳନରେ ସାମିଲ ହେଇଥିଲେ ଓ କୁଜଙ୍ଗବାସୀଙ୍କୁ ଏକାଠି କରି ବ୍ରିଟିଶ ବିରୋଧରେ ସଂଗଠିତ କରିବାରୁ ତାଙ୍କୁ ବହୁବାର ଜେଲ ଯିବାକୁ ପଡିଛି l ତେବେ ସାମନ୍ତ ଦୀର୍ଘବର୍ଷ ବର୍ତ୍ତମାନର ବିହାର ରାଜ୍ୟର ହଜାରୀବାଗ ଓ କଟକ ଜେଲରେ ବନ୍ଦୀ ଜୀବନ କାଟିଥିଲେ l ଦେଶ ସ୍ୱାଧୀନତା ପରେ ଓଡିଶା ବିଧାନସଭାର ଉପ-ବାଚସ୍ପତି ହୋଇଥିଲେ ମଧ୍ୟ ରାଜନୀତିରେ ସେ ବାନ୍ଧି ନହୋଇ ଲୋକଙ୍କ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ବୋଲି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ କବି ପିତାମ୍ବର ତରାଇ କହିଥିଲେ l ପ୍ରିୟବନ୍ଧୁ ସଭାପତି ଡକ୍ଟର ରଘୁ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନାଚକ୍ର ରେ ଶିକ୍ଷକ ନେତା ବାବୁରାମ ଚୌଧୁରୀ,ଶିକ୍ଷାବିତ ଡକ୍ଟର ଗଙ୍ଗାଧର ସାମନ୍ତରାୟ ,ଡକ୍ଟର କେଶବ ଚନ୍ଦ୍ର ଦଳାଇ ,ନାରୀନେତ୍ରୀ ପ୍ରିୟମ୍ବଦା ପାଣି ଓ ଦେବୀପ୍ରସାଦ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ l କୁଜଙ୍ଗ ଗାନ୍ଧୀ ସାମନ୍ତ ଶୀର୍ଷକ କବିତା କବି ପ୍ରଭାତୀ ମାଝୀ ,ଗୌରହରି ବାରିକ ,ଶଙ୍କର ଦାସ ,ଗୀତା ଦାସ ଓ ଜୟନ୍ତୀ ଦାସ ପ୍ରମୁଖ ପାଠ କରି ସ୍ବର୍ଗତ ସାମନ୍ତଙ୍କ ଗୁଣଗାନ କରିଥିଲେ l ପାରାଦୀପ ଓ କୁଜଙ୍ଗ ଠାରେ ସାମନ୍ତଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସହିତ ତାଙ୍କ ନାମରେ ମାର୍ଗ ନାମିତ କରିବାକୁ ସଭାରେ ଦାବି ହୋଇଥିଲା l ପ୍ରକାଶ ଚନ୍ଦ୍ର ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ l ସ୍ବର୍ଗତ ସାମନ୍ତଙ୍କ ପରି ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ଜୟନ୍ତୀ ରାଜ୍ୟ ସରକାର ଧୁମଧାମରେ ପାଳନ କରନ୍ତୁ ଓ ସମଗ୍ର ରାଜ୍ୟରେ ସାମନ୍ତଙ୍କ ଜୀବନ ଆଦର୍ଶ ସମ୍ପର୍କିତ ବ୍ୟାପକ ଆଲୋଚନା କରନ୍ତୁ ବୋଲି ଆଜି ଜୟନ୍ତୀ ପାଳନ ଓ ଆଲୋଚନା ସଭାରେ ବୁଦ୍ଧିଜୀବୀ ମାନେ ମତାମତ ଦେଇଥିଲେ l
Article Image
Article Image
8