ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

୪୩ତମ କାଳୀପୂଜା ଉପଲକ୍ଷେ ରାୟଗଡା ସହର ଉତ୍ସବ ମୁଖର

ରାୟଗଡ଼ା, 22/10/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ଫ୍ରେଣ୍ଡସ୍ ୟୁଥ୍ ଆସୋସିଏସନ ଆନୁକୁଲ୍ୟରେ ଆୟୋଜିତ ୪୩ତମ ଦକ୍ଷିଣ କାଳୀ ଦଶ ମହାବିଦ୍ୟା ପୂଜା ଉତ୍ସବ ଉପଲକ୍ଷେ ରାୟଗଡା ସହର ଉତ୍ସବ ମୁଖର ହୋଇପଡିଛି । ସହର ସ୍ଥିତ ବ୍ଲକ କଲୋନୀ ଠାରେ ଥିବା ମାଙ୍କ ସ୍ଥାୟୀ ମନ୍ଦିରରେ ରୀତିନୀତି ତଥା ବିଧିବଦ୍ଧ ଅନୁଯାୟୀ ପୂଜାକାର୍ଯ୍ୟର ଶୁଭାରମ୍ଭ ହୋଇଛି ।
Article Image
ବିଲ୍ୱବରଣ ଓ କଳସ ଆବାହନ ପରେ ଗୁରୁବାର ସୋମବାର ସନ୍ଧ୍ୟାରେ ମା କାଳୀଙ୍କ ପୂଜାର୍ଚ୍ଚନା ହୋଇଥିଲା । ନିଶାବ୍ଧରେ ମାଙ୍କ ପ୍ରାଣ ପ୍ରତିଷ୍ଠା ହେବା ସହ ନିଶିପୂଜା,ଷୋଡଶ ଉପଚାର ପୂଜା ଓ ହୋମ ହୋଇଥିଲା । ଚଳିତ ମାସ ୨୧ ତାରିଖ ଦିନ ମା ଗୁରୁତାରା ପୂଜା, ୨୨ ତାରିଖ ଦିନ ମା ତ୍ରିପୁରା ସୁନ୍ଦରୀ ପୂଜା, ୨୩ ତାରିଖ ଦିନ ମା ଭୂବନେଶ୍ୱରୀ ପୂଜା, ୨୪ତାରିଖ ଦିନ ମା ତ୍ରିପୁରା ଭୈରବୀ ପୂଜା, ୨୫ ତାରିଖ ଦିନ ଛିନ୍ନମସ୍ତା ପୂଜା, ୨୬ ତାରିଖ ଦିନ ମା ଧୁମାବତୀ ପୂଜା, ୨୭ ତାରିଖ ଦିନ ମା ବଗଳାମୁଖୀ ପୂଜା, ୨୮ ତାରିଖ ଦିନ ମା ମାତଙ୍ଗିନୀ ପୂଜା, ୨୯ ତାରିଖ ଦିନ ମା କମଳାତ୍ମିକା, ୩୦ ତାରିଖ ଦିନ ବାଲ୍ୟ କୁମାରୀ ପୂଜା ଅନୁଷ୍ଠିତ ହେବ ଏବଂ ୩୧ ତାରିଖ ରବିବାର ଦିନ ମାଙ୍କ ମୃଣ୍ମୟୀ ମୂର୍ତି ବିସର୍ଜନ ହେବାର କାର୍ଯ୍ୟକ୍ରମ ରହିଛି । ୧୧ ଦିନ ଧରି ହେବାକୁ ଥିବା କାଳୀ ପୂଜା ମହୋତ୍ସବ ଉପଲକ୍ଷେ ଭକ୍ତ ମାନଙ୍କ ମନୋରଂଜନ ନିମନ୍ତେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ରାୟଗଡା ପୋଲିସ ପକ୍ଷରୁ ଫୋର୍ସ ନିୟୋଜନ କରାଯାଇଛି । ଏଥି ସହ ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତି ମାନଙ୍କ ଉପରେ ନଜର ରଖିବା ନିମନ୍ତେ ସିସି ଟିଭି କ୍ୟାମରେ ମଣ୍ଡପ ଚତୁଃପାଶ୍ୱର୍ରେ ଲଗାଯାଇଛି । ସୁନ୍ଦର ମେଢ ସହ ସୁସଜ୍ଜିତ ଆଲୋକମାଳରେ ମନ୍ଦିର ଚାରି ପାଖରେ ସଜ୍ଜିତ କରାଯାଇଛି । ଚଳିତ ବର୍ଷ ମନୋରଂଜନ ନିମନ୍ତେ ପୂଜା କମିଟି ତରଫରୁ ତେଜସ୍ୱ ହୋଟେଲ ସମ୍ମୁଖରେ ଥିବା ପଡିଆରେ ମୀନାବଜାର ଆୟୋଜନ କରାଯାଇଛି । ପୂଜା କମିଟିର ସଭାପତି ଦିଲ୍ଲିପ ପଟ୍ଟନାୟକ, ଉପ-ସଭାପତି ଶିବାଜୀ ଦାଶ, ସାଧାରଣ ସଂପାଦକ ଶିବ ପଟ୍ଟନାୟକ, ସଂପାଦକ ସଂଗ୍ରାମ ପଟ୍ଟନାୟକ, ସଂଗଠନ ସଂପାଦକ ଜଗନ୍ନାଥ ପ୍ରସାଦ ରାଇଗୁରୁ, ପ୍ରସନ୍ନ କୁମାର ରାଓ, କୋଷାଧ୍ୟକ୍ଷ ଗୌରୀ ପଟ୍ଟନାୟକ, ସଭ୍ୟ ନରସିଂହ ମିଶ୍ର, ନିଳମାଧବ ପାଢୀଙ୍କ ସହ ସମସ୍ତ ସଭ୍ୟ ଉପସ୍ଥିତ ରହି ମାଙ୍କ ପୂଜା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି ।
Article Image
Article Image
5