ଯାଜପୁର/ସୁକିନ୍ଦା, 23/10/2025, ଉତ୍କଳ voice news - utkalvoicenews.com ( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
ସୁକିନ୍ଦା ବ୍ଳକ୍ ଯାଦବ ମହାସଭା ଆନୁକୁଲ୍ୟରେ ଗିରି ଗୋବର୍ଦ୍ଧନ ପୂଜା ବଡ ଧୁମ୍ ଧାମରେ ରାଙ୍କିଆ ସ୍ଥିତ ମାତଙ୍ଗ ଗୁମ୍ଫା ରେ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ଯାଦବ କୁଳର ଭାଇମାନେ ଲଉଡି ଖେଳ ନିଜର ଐତିହ ସଂସ୍କୃତି କୁ ଅତି ନିଖୁଣ ଭାବରେ ପ୍ରଦର୍ଶନ କରିଥାଆନ୍ତି ତା ସାଙ୍ଗରେ ନିଜର ଭାଇଚାରା ଓ ପ୍ରକୃତି କି କିଭଳି ସୁରକ୍ଷା ଦେଇପାରିବା ତା ଉପରେ ସଭାରେ ଆଲୋଚନା ହୋଇଥିଲା।ଏହି ସଭାରେ ଜିଲ୍ଲା ଯାଦବ ମହାସଭା ର ସଭାପତି ରାମଚନ୍ଦ୍ର ବେହେରା ଯୁବ ସଭାପତି ପ୍ରସନ୍ନ ବେହେରା,ଯୁବ ଯାଦବ ସରୋଜ ବାରିକ ,ସୁକିନ୍ଦା ବ୍ଳକ୍ ସଭାପତି ପରମାନନ୍ଦ ନାୟକ ସାଧାରଣ ସମ୍ପାଦକ ନାମାଇ ଦାସ ଯୋଗେନ୍ଦ୍ର ପରିଡ଼ା, ହରେକୃଷ୍ଣ ଭୁତିଆ ,ସୁକଦେବ ଦାସ, ଅଜିତ୍ ବାରିକ, କୋଷାଧ୍ୟକ୍ଷ ମଳୟ ବାରିକ ମହିଳା ସଭାପତି ମମତା ବେହେରା,ଜିଲ୍ଲା ଯାଦବ ମହାସଭାର କୋଷାଧ୍ୟକ୍ଷ ରବୀନ୍ଦ୍ର ବେହେରା ଓ ସୁକିନ୍ଦା ବ୍ଳକ୍ ର ଆଗଧାଡିର କର୍ମକର୍ତ୍ତାମାନେ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ପରିଶେଷରେ ଯୁବ ସଭା ପତି ସଞ୍ଜୟ ମହାକୁଡ ଧନ୍ୟବାଦ୍ ଦେଇ ସଭା ସlଙ୍ଗ କରିଥିଲେ।