ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶିଖରଚଣ୍ଡୀ ପାଦ ଦେଶରେ ପଞ୍ଚଦଶ ଗିରି ଗୋବର୍ଦ୍ଧନ ପୂଜା ପାଳନ ହୋଇଅଛି

ଯାଜପୁର / ବଡ଼ଚଣା, 23/10/2025, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
Article Image
ବଡ଼ଚଣା ନିର୍ବାଚନ ମଣ୍ଡଳୀ ର ଚଣ୍ଡିତଳ ଗ୍ରାମ ଠାରେ ଥିବା ଶିଖର ଚଣ୍ଡୀ ପାଦଦେଶରେ ବଡ଼ଚଣା ନିର୍ବାଚନ ମଣ୍ଡଳୀ ର ଯାଦବ ମାନେ ଏକ ସଭା କରିବା ସହିତ ଶ୍ରୀ କୃଷ୍ଣଙ୍କୁ ପୂଜା ଅର୍ଚ୍ଚନା କରିଥିଲେ, ଯାଦବ ମାନେ ଗିରି ଗୋବର୍ଦ୍ଧନ ପୂଜା କୁ ନେଇ ଚଳଚଞ୍ଚଳ ଥିଲେ, ଯାଦବ ମାନେ ବଡ଼ଚଣା ଦୁର୍ଗାମନ୍ଦିର ଠାରୁ କଳସ ଶୋଭା ଯାତ୍ରା ମାଧ୍ଯମରେ ଆସି ଶ୍ରୀ କୃଷ୍ଣଙ୍କ ପୂଜା ଅର୍ଚ୍ଚନା ଷୋଡ଼ଶ ଉପଚାର ରେ ଆରମ୍ଭ କରିଥିଲେ,ଚଣ୍ଡିତଳ ଗ୍ରାମ ରେ ହୋଇଥିବା ସୁନ୍ଦର ମୂର୍ତ୍ତୀ ଭକ୍ତ ମାନଙ୍କୁ ବିଭୋର କରିଥିଲା,ପୈରାଣିକ ମତ ଅନୁଯାୟୀ ଦେବରାଜ ଇନ୍ଦ୍ର ଙ୍କ କୋପ ଦୃଷ୍ଟିରୁ ରକ୍ଷା ପାଇବା ପାଇଁ ଶ୍ରୀ କୃଷ୍ଣ ଗିରି ଗୋବର୍ଦ୍ଧନ ପର୍ବତକୁ ନିଜ ଆଙ୍ଗୁଠି ଅଗ୍ର ରେ ଟେକି ଧରିଥିଲେ,ବିଶ୍ବ ବାସୀଙ୍କୁ କଲ୍ୟାଣ କରିଥିଲେ, ସେହି ଦିନଠାରୁ କାର୍ତ୍ତିକ ମାସ ରେ ଭଗବାନ ଶ୍ରୀକୃଷ୍ଣ ଙ୍କୁ ଗିରି ଗୋବର୍ଦ୍ଧନ ଭାବରେ ପୂଜା କଲେ ବିଶ୍ବର କଲ୍ୟାଣ ହେବା ସହିତ କୋଟି ଜନ୍ମ ର ପୂର୍ଣ୍ଣ ମିଳେ ବୋଲି ଯାଦବ ଲୋକ ଙ୍କ ଅକାଟ୍ୟ ବିଶ୍ବାସ ରହିଛି, ଏହି ଗିରି ଗୋବର୍ଦ୍ଧନ ପୂଜା ର ସଭାପତି ହେଉଛନ୍ତି ଧୂଳେଶ୍ବର ଦାସ, ସଂପାଦକ ତପନ ବେହେରା, ପୂଜା କମିଟିର ସଭାପତି କପିଳ ବେହେରା, ଜିଲ୍ଲା ସଭାନେତ୍ରୀ ପୁଷ୍ପ ଲତା ବେହେରା,ପ୍ରଫୁଲ୍ଲ ନାୟକ ,ସାମ୍ବାଦିକ ଉମାକାନ୍ତ ବେହେରା,ନୀଳମଣି ବେହେରା, ଓ ସମସ୍ତ ଯାଦବ ବନ୍ଧୁ ମାନଙ୍କ ସହଯୋଗ ରେ ଏହି ପୂଜା ଅନୁଷ୍ଠିତ ହୋଇଥିଲା, ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଧାୟକ ଅମର କୁମାର ନାୟକ,ଅଜୟ ସାମଲ,ଅମର ପ୍ରସାଦ ଶତପଥୀ ଯୋଗଦେଇ ଶ୍ରୀ କୃଷ୍ଣ ଙ୍କ ଜୀବନୀ ବିଷୟରେ ଆଲୋଚନା କରିଥିଲେ
Article Image
13