ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସ୍ବର୍ଗତ ନିରଞ୍ଜନ ଖଣ୍ଡୁଆଳ ଙ୍କ ଏକାଦଶ ଦିବସ ଉପଲକ୍ଷେ ଭକ୍ତି ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି।

ଏରସମା, 23/10/2025, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ଚରଣ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ଆବିର୍ଭାବ :- ୧୨/୦୭/୧୯୪୦ ତିରୋଧାନ :-୧୨/୧୦/୨୦୨୫
Article Image
ନୈନଂ ଛିନ୍ଦତି ଶସ୍ତ୍ରାଣି ନିନଂ ଦହତି ପାବକଃ। ନ ନିନଂ କ୍ଲେଦୟନ୍ତଃପୋ ନ ଶୋଷୟତି ମାରୁତଃ ॥ ଏରସମା ବ୍ଲକ ପଲ୍ଲୀକଣ୍ଟା ପଂଚାୟତ ଅନ୍ତର୍ଗତ ଭାରିଷୋଳ ଗ୍ରାମରେ ସ୍ଵର୍ଗତ ନିରଞ୍ଜନ ଖଣ୍ଡୁଆଳ ଙ୍କ ଏକାଦଶ ରେ ଭକ୍ତି ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସ୍ମୃତି ସଭା ଅନୁଷ୍ଠିତ ହୋଇଅଛି।ଉକ୍ତ ସଭାରେ ପଲ୍ଲୀକଣ୍ଟା ପଂଚାୟତ ର ମାନି ଗୁଣୀ ମୂରବୀ ମାନଙ୍କ ସହିତ ପୂର୍ବତନ ସରପଂଚ ତଥା ଉକ୍ତ ଗ୍ରାମର ମୂରବୀ ଧର୍ମାନନ୍ଦ ଖଣ୍ଡୁଆଳ,ପୂର୍ବତନ ସମିତି ସଭ୍ୟ ନିମାଇଁ ଚରଣ ଖଣ୍ଡୁଆଳ,ଗ୍ରାମର ୱାର୍ଡ ମେମ୍ବର ବାବାଜୀ ଚରଣ ନାୟକ,ସମିତି ସଭ୍ୟା ଙ୍କ ପ୍ରତିନିଧି ପ୍ରସନ୍ନ କୁମାର କୁଅଁର, ସମାଜ ସେବୀ ଓ ପୂର୍ବତନ ପି.ସି.ସି ସଭ୍ୟ ତଥା ପୂର୍ବତନ ପଲ୍ଲୀକଣ୍ଟା ପଂଚାୟତ ର ସରପଂଚ ଶ୍ରୀଯୁକ୍ତ ଧ୍ଵୋଜରାଜ୍ ଖଣ୍ଡୁଆଳ ଉପସ୍ଥିତି ରହି ସ୍ବର୍ଗତ ଖଣ୍ଡୁଆଳଙ୍କ ଫଟୋ ରେ ପୁଷ୍ପମାଲ୍ୟା ଦେବା ସହିତ ତାଙ୍କର ଅମର ଆତ୍ମା ର ସଦ୍ଗତି ନିମନ୍ତେ ଭଗଵାନ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ସ୍ବର୍ଗତ ଖଣ୍ଡୁଆଳ ଜଣେ ସଚ୍ଚୋଟ,ନିଷ୍ଠାବାଦୀ,କର୍ତବ୍ୟ ପରାୟଣ ବ୍ୟକ୍ତି ଥିଲେ।ସେ ତାଙ୍କ ନିଜ ଜୀବନରେ ଅନେକ ଦୁଃଖ,କଷ୍ଟ ଓ ପରିଶ୍ରମ କରି ନିଜ ପରିବାର ଚଳେଇ ଆସିଥିଲେ।ଆଜି ତାଙ୍କର ବିୟୋଗ ରେ ବନ୍ଧୁ ପରିବାର ବର୍ଗ ଭାଙ୍ଗିପଡ଼ିଛନ୍ତି।ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହେଲେ ବି ମରଇ। ଏଇତ ସଂସାର ନିୟମ ।ହେଲେ ନିରଞ୍ଜନ ଖଣ୍ଡୁଆଳ ଙ୍କ ଚାଲିଚଳନ,ଜୀବନ ଜୀବିକା ,ଚରିତ୍ର ଆଜି ସମାଜ ପାଇଁ ଓ ଗାଁ ପାଇଁ ଆଜି ଉଦାହରଣ ପାଲଟିଛି।ଲୁଣ ଭାତ ସଂସାରରେ ପିଲାମାନଙ୍କ ପାଇଁ ଭଲ ପାଇବା,ପିଲାମାନଙ୍କୁ ଦେଇଥିବା ସଂସ୍କାର, ଏ ଗ୍ରାମ ପାଇଁ ଚିର ସ୍ମରଣୀୟ। ଏ ସଂସାରରେ ମାଆର ଭୂମିକା ଅଧିକ ,କିନ୍ତୁ ବାପାଙ୍କ ର ତ୍ୟାଗ ଆଗରେ ଏ ସମାଜ ଆଜି ଗର୍ବିତ।ଗୋଟେ ପିଲାଙ୍କୁ ଜନ୍ମ ଦେବାପାଇଁ ମା' ଟିୟେ ଗର୍ଭରେ ଦଶମାସ ଦଶ ଦିନ ଧରି କଷ୍ଟ କରିଥାଏ,କିନ୍ତୁ ଗୋଟେ ବାପା, ତା ଛୁଆକୁ ମଣିଷ କରିବା ପାଇଁ ସାରା ଜୀବନ କଷ୍ଟ କରେ।ନିଜ ଜୀବନକୁ ନିଜ ପିଲାଙ୍କ ଭବିଷ୍ୟତ ପାଇଁ ଜଳାଞ୍ଜଳି ଦେଇଦିଏ।ଯାହା ଆଜି ଏ ସମାଜ ସ୍ବର୍ଗତ ନିରଞ୍ଜନ ଖଣ୍ଡୁଆଳ ଭଳି ଲୋକଙ୍କ ପାଇଁ ଗର୍ବିତ।ଭଗଵାନ ତାଙ୍କ ଅମର ଆତ୍ମାର ସଦ୍ଗତି କରନ୍ତୁ। "ଜୟ ଜଗନ୍ନାଥ"
6