ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜପା ପଞ୍ଚାୟତ ବିଜେପିର ପକ୍ଷରୁ କର୍ମୀ ମମ୍ମିଳନୀ ଅନୁଷ୍ଠିତ

ଏରସମା, 23/10/2025, ଉତ୍କଳ voice news - utkalvoicenews.com ( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଆଜି ଏରସମା ବ୍ଲକ ଜପା ପଞ୍ଚାୟତ ଅନ୍ତର୍ଗତ ଧୋବେଇ ମା,ଚାଚ୍ଚଖାଇ ମନ୍ଦିର ମନ୍ଦିର ପ୍ରାଙ୍ଗଣରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ କର୍ମ ସମ୍ମଳନୀ ଅନୁଷ୍ଠିତ ହେଇଯାଇଛି। ଏହି ବୈଠକଟି ରାଜ୍ୟ ଓବିସିମୋର୍ଚ୍ଚା ଉପ ସଭାପତି ନୃସିଂହ ସାହୁଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ଜପା ପଞ୍ଚାୟତ ପୂର୍ବତନ ସରପଞ୍ଚ ତପନ କୁମାର ଗଚ୍ଛାୟତ ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବାଲିକୁଦା ଏରସମା ବିଜେପି ନେତା ସତ୍ୟ ସାରଥୀ ମହାନ୍ତି ଯୋଗ ଦେଇ ଉପସ୍ଥିତ ଥିବା ଜପା ପଞ୍ଚାୟତ ସମସ୍ତ ବିଜେପି କର୍ମୀ ମାନଙ୍କୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା କିପରି ତୃଣମୂଳ ସ୍ତରରେ ଲୋକମାନଙ୍କ ନିକଟରେ ପହଞ୍ଚିବ ଆଉ ନିଜର ଅଞ୍ଚଳର କିପରି ବିକାଶ ହେବ ସେଥିପାଇଁ ପ୍ରତି ୱାର୍ଡ଼ରେ ବୁଥ ସ୍ତରୀୟ ଶୃଙ୍ଖଳା କମିଟି କିପରି ଗଠନ କରାଯାଇ ଦଳ ଗତ ନିର୍ବିଶେଷରେ ନିଜ ନିଜର ଅଞ୍ଚଳର ମୌଳିକ ସୁବିଧା କିପରି ପାଇଁ ପାରିବେ ସେ ସମ୍ପର୍କରେ କର୍ମୀ ମାନଙ୍କୁ ଉଦ୍ବୋଧନ ଦେଇଥିଲେ।ସମ୍ମାନିତ ଅତିଥି ଏରସମା ସାଂସଦଙ୍କ ପ୍ରତିନିଧି ଜଟାଧାରୀ ସ୍ୱାଇଁ,ତିନି ନଂ ଜୋନ ମଣ୍ଡଳ ସଭାପତି ଅମରେନ୍ଦ୍ର ଦଳାଇ, ଚାରି ନଂ ଜୋନ ମଣ୍ଡଳ ସଭାପତି ବିକ୍ରମଜିତ୍ ସାମନ୍ତରାୟ,ଜପା ପଞ୍ଚାୟତ ପ୍ରମୁଖ ସୁବାଷ ଚନ୍ଦ୍ର ସାହୁ, ଅଜୟ କୁମାର ଲେଙ୍କା, ସଂଗ୍ରାମ କିଶୋର ରାଉତ, ରବିନ୍ଦ୍ର କୁମାର ଲେଙ୍କା, ଗଜେନ୍ଦ୍ର ଖଟୁଆ,ଅମୁଲ୍ୟ ଲେଙ୍କା, ଶୁଶାନ୍ତ ରାଉତ ଯୋଗ ଦେଇ ତୃଣମୂଳସ୍ତରରେ ଆମ ଦଳର ସଂଗଠନକୁ ଆହୁରି ମଜବୁତ କରିବ ବୋଲି ସମସ୍ତେ ହାତରେ ହାତ ମିଶାଇ ରାଗ ହିଂସା ଭୂଲି ଭାତ୍ରୃର ଭାବ ନେଇ କାର୍ଯ୍ୟ କରିବା ପାଇଁ ନେତୃତ୍ୱମାନେ ପରାମର୍ଶ ଦେଇଥିଲେ।
4