ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ତିର୍ତ୍ତୋଲ ପଞ୍ଚାୟତ ସମିତି ଷଷ୍ଠ ସାଧାରଣ ବୈଠକ ।

ତିର୍ତ୍ତୋଲ, 23/10/2025, ଉତ୍କଳ voice news - utkalvoicenews.com( ତିର୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ ) :
Article Image
ତିର୍ତ୍ତୋଲ ପଞ୍ଚାୟତ ସମିତି ସଭଗୃହାରେ ସମିତିର ଷଷ୍ଠ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମଣ୍ଡଳ ଉନ୍ନୟନ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ l ବିଭିନ୍ନ ପଞ୍ଚାୟତ ମାନଙ୍କରେ ସରକାର ଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟ ରେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ଓ ଜିଲା ପରିଷଦ ସଭ୍ୟ ମାନଙ୍କ ଙ୍କୁ ଉପେକ୍ଷା କରାଯାଇଥିବାରୁ ସଦସ୍ୟ ମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ l ଆଲୋଚନାରେ ରାଜ୍ୟ ସରକାରଙ୍କ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ତଥା ପାରାଦ୍ଵୀପ ବିଧାୟକ ସମ୍ପଦ ଚନ୍ଦ୍ର ସ୍ବାଇଁ, ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ତିର୍ତ୍ତୋଲ ବିଧାୟକ ଡ଼ ରମାକାନ୍ତ ଭୋଇ ଯୋଗଦେଇ ପଞ୍ଚାୟତ ର ସରପଞ୍ଚ, ସମିତି ଓ ଜିଲ୍ଲା ପରିଷଦ ସଭ୍ୟ ସମେତ ସରକାରୀ ଅଧିକାରୀ ଙ୍କ ସହ ଯୋଗ ରେ ବିକାଶ ମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ l ସମିତି ର ସଭ୍ୟ ମାନେ ମଣିଜଙ୍ଗା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ଆବଶ୍ୟକୀୟ ଡାକ୍ତର ନଥିବାରୁ ସ୍ବାସ୍ଥ୍ୟ ସେବା ବ୍ୟାହତ ହେଉଥିବା ସମ୍ପର୍କରେ ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ l ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ, ଶିକ୍ଷା, ରାସନ୍ କାର୍ଡ ସମ୍ବନ୍ଧୀୟ ସମସ୍ୟା ଉପରେ ଆଲୋଚନା ହୋଇଥିଲା l ଜିଲା ପରିଷଦ ଉପାଧ୍ୟକ୍ଷା ସୁଜାତା ମହାନ୍ତି, ବ୍ଲକ ଉପାଧ୍ୟକ୍ଷା ସନ୍ଧ୍ୟା ରାଣୀ ମହାନ୍ତି, ଜିଲା ପରିଷଦ ସଭ୍ୟ ସୁନିଲ ବେହେରା, ଗଙ୍ଗାଧର ବିଶ୍ଵାଳ, ସରପଞ୍ଚ ଶିବ ପ୍ରସାଦ ସାହୁ, ସୁଶାନ୍ତ ନାୟକ, ଅଶୋକ ନାୟକ, ସମିତି ସଭ୍ୟ ଦେବ ପ୍ରସାଦ ନାୟକ, ବସନ୍ତ ମହାପାତ୍ର, ପ୍ରବୀର୍ ରାୟ ସମେତ ବ୍ଲକ ଅଧୀନ ୨୯ ଟି ପଂଚାୟତର ସରପଞ୍ଚ, ସମିତି ସଭ୍ୟ ଓ ବ୍ଲକ ବିଭିନ୍ନ ବିଭାଗର ଅଧିକାରୀ ମାନେ ବୈଠକ ରେ ଯୋଗ ଦେଇ ଥିଲେ l
Article Image
5