ତିର୍ତୋଲ, 23/10/2025, ଉତ୍କଳ voice news - utkalvoicenews.com( ତିର୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ ) :
ବଡ ଅଘଟଣ, ତିନି ବନ୍ଧୁ ଗାଧୋଇବାକୁ ଯାଇ ପାଇକା ନଦୀ ର ସାଇଫନ ରେ ଭାସିଗଲେ, ସ୍ଥାନୀୟ ଅଂଚଳ ରେ ଶୋକ ର ଛାୟା, ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ତିର୍ତୋଲ ବ୍ଲକ କ୍ରିଷ୍ନା ନନ୍ଦ ପୁର ଥାନା କ୍ରିଷ୍ନା ନନ୍ଦ ପୁର ସାଇଫନ ନିକଟରେ,
ସୂଚନା ଅନୁଯାୟୀ, ତିନି ବନ୍ଧୁ ସବୁଦିନ ଭଳି ଖୁସି ରେ ସାଇଫନ କୁ ଗାଧୋଇବାକୁ ଚାଲି ଯାଇଥିଲେ, କିନ୍ତୁ ସେମାନଙ୍କୁ ଜଣା ନ ଥିଲା ମୃତ୍ୟୁ ସେମାନଂକୁ ଜଗି ବସିଛି,
କିଛି ଦିନ ପୂର୍ଵ ରୁ ସେଠାରୁ ବାଲି ଖୋଳା ଯାଇଥିବାରୁ ଗଭୀର ଗର୍ତ୍ତ ସୃଷ୍ଟି ହୋଇଥିଲା, ତିନି ବନ୍ଧୁ ଙ୍କୁ ଏହା ଜ୍ଞାତ ନ ଥିବାରୁ ଗାଧୋଇବାକୁ ଯାଇ ତିନି ବନ୍ଧୁ ସଲିଳ ସମାଧି ନେଇଥଲେ, ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ଅଂଚଳ ରେ ଶୋକ ର ଛାୟା ଖେଳି ଯାଇଛି, ବର୍ତମାନ ସୁଦ୍ଧା ଜଣ କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ଆଉ ଦୁଇ ବନ୍ଧୁ ନିଖୋଜ ଅଛନ୍ତି.