ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଚଟୁଆ ଗ୍ରାମରେ ଷଷ୍ଠ ବାର୍ଷିକ ଭାଗବତ ସପ୍ତାହ ପାଳନ

ଏରସମା / ଚଟୁଆ, 23/10/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଚଟୁଆ ପଞ୍ଚାୟତ ଚଟୁଆ ଭାଗବତ ଟୁଙ୍ଗିରେ ଷଷ୍ଠ ବାର୍ଷିକ ଭାଗବତ ସପ୍ତା ଧୁମଧାମରେ ପାଳନ ହୋଇ ଯାଇଛି । ଚଟୁଆ ଗ୍ରାମ ଠାକୁର ପୁଷ୍କରିଣୀ ନିକଟରେ ପଣ୍ଡିତ ରଞ୍ଜନ କୁମାର ଦାଶ ଓ କର୍ତ୍ତା ଯୋଗେନ୍ଦ୍ର ସାହୁ ପୂଜାର୍ଚ୍ଚନା କରି ସାରିବାପରେ ଚଟୁଆ ମା" ବୁଢି କେନ୍ଦୁଳାଇ ଭାଗବତ ଟୁଙ୍ଗି ପୂଜା କମିଟିର ଚଟୁଆ ଗ୍ରାମବାସୀ ମାନେ ବାଜା ବାଣ ସହିତ ଏକ କଳସ ଯାତ୍ରାରେ ଆସି ଚଟୁଆ ଭାଗବତ ଟୁଙ୍ଗି ନିକଟରେ ପହଞ୍ଚିବା ପରେ ନିତିନିୟମ ଅନୁସାରେ ଘଣ୍ଟ ଘଣ୍ଟି ହରିବୋଲ ହୁଳହୁଳି ଆଦି ଶଦ୍ଦରେ ଅଞ୍ଚଳ ପ୍ରକମ୍ପିତ ହେବା ସହିତ ପୂଜାର୍ଚ୍ଚନା କରାଯାଇ ହୋମଯଜ୍ଞ କରାଯାଇଥିଲା । ଭଜନ କୀର୍ତ୍ତନ ପ୍ରବଚନ ସହିତ ସାତଦିନ ଧରି ଭାଗବତ ପାଠନ କରାଯାଇଥିଲା । ସମସ୍ତ ଭକ୍ତମାନଙ୍କ ପାଇଁ ପ୍ରସାଦ ଶେବନର ବ୍ୟବସ୍ଥା କରାଯାଇଥିଲା । ଚଟୁଆ ମା ତାରିଣୀ ଭାଗବତ ଟୁଙ୍ଗିର ସୁକାନ୍ତି ପରିଡ଼ା , କନକ ପରିଡ଼ା , ଗୀତାରାଣୀ ପରିଡ଼ା , ଶୋଭାରାଣୀ ପରିଡ଼ା , ଦିପିକା ପାତ୍ର , ମାତନ ବାରିକ , ମାନସିକ ପାତ୍ର, ମମତା ବିଶ୍ଵାଳ, ଶାନ୍ତିଲତା ପରିଡ଼ା , ଦେବେନ୍ଦ୍ର ସାହୁ ,ଭାରତୀ ପାତ୍ର, ସଂଯୁକ୍ତା ପାତ୍ର, କୁନି ପାତ୍ର, ବୀଣାପାଣି ମଲ୍ଲ, ଲତିକା ସାହୁ,ଅମିନ ସ୍ୱାଇଁ , ଶୁକାନ୍ତ ପରିଡ଼ା , ଅଞ୍ଜଳି ପରିଡ଼ା, ଲିଲିମା ବିଶ୍ଵାଳ, ତନୁଲତା ମଲ୍ଲ, ଉର୍ମିଳା ସାହୁ,ଶୁଶମା ସାହୁ, ଫୁଲ ପରିଡ଼ା,ବାସନ୍ତୀ ସାହୁ, ସଂଯୁକ୍ତା ପରିଡ଼ା, ଦେବେନ୍ଦ୍ର ସାହୁ,ଧନେଶ୍ୱର ପରିଡାଙ୍କ ସମେତ ଚଟୁଆ ଗ୍ରାମବାସୀମାନେ ପୂଜା ଉତ୍ସବ ପରିଚାଳନା କରିଥିଲେ ।
Article Image
5