ପାରାଦ୍ଵୀପ, 23/10/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ / କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ପାରାଦ୍ଵୀପ ଅଞ୍ଚଳ ର ଜଣାଶୁଣା ବରିଷ୍ଠ ଶ୍ରମିକ ନେତା ସନ୍ତୋଷ କୁମାର ପଟ୍ଟନାୟକଙ୍କୁ ପୁନର୍ବାର ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ପାଇବା ପରେ ନିଜ ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି ଖୁସିର ଲହରୀ। ସେହି ପରି ଜଗତସିଂହପୁର,କେନ୍ଦ୍ରାପଡ଼ା, ଯାଜପୁର, କଟକ ସମେତ ବିଭିନ୍ନ ଜିଲ୍ଲାରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। କୁଜଙ୍ଗ ବ୍ଲକ ଫତେପୁର ପଞ୍ଚାୟତ ର ମୁରବୀ ଶ୍ରେଣୀ ମାନଙ୍କ ସମେତ ପ୍ରାୟ ଦୁଇଶହରୁ ଉର୍ଦ୍ଧ ଲୋକ ପାରାଦୀପ ର ଜିରୋ ପଏଣ୍ଟ ସ୍ଥିତ ଅଫିସ କାର୍ଯ୍ୟାଳୟ ରେ ସନ୍ତୋଷ ପଟ୍ଟନାୟକ ଙ୍କୁ ଫୁଲତୋଡା ଓ ଉତ୍ତରୀୟ ଦେଇ ତାଙ୍କର ଦୀର୍ଘ ଜୀବନ କାମନା କରି ସମ୍ବର୍ଦ୍ଧିତ କରିଥିଲେ। ବିଜେଡି ଦଳ ସଭାପତି ନବୀନ ପଟ୍ଟନାୟକ ପୁଣିଥରେ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ଉପରେ ଆସ୍ଥା ପ୍ରକଟ କରି ରାଜ୍ୟ ସଂପାଦକ ଭାବେ ନିଯୁକ୍ତି ଦେଇଥିବା ରୁ ପଞ୍ଚାୟତ ବାସୀ ଖୁସି ବ୍ୟକ୍ତ କରିଛନ୍ତି।