ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପ୍ରସ୍ଫୁଟିତ ପ୍ରତିଭା ପ୍ରଶଂସା ପ୍ରିୟଦର୍ଶିନୀ ପୃରସ୍କୃତ

ଏରସମା, 24/10/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅକ୍ଟୋବର ୨୩ ତାରିଖ ଗୁରୁବାର ଦିନ ଏରସମା ମଣ୍ଡଳ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ମଣ୍ଡଳ ଶିକ୍ଷlଧିକାରୀଙ୍କ ସଭାପତିତ୍ବରେ ଆୟୋଜନ ହୋଇଥିଲା ବେଳେ ଏରସମା ପଂଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର ମୁଖ୍ୟ ଅତିଥି, ସହକାରୀ ମଣ୍ଡଳ ଶିକ୍ଷାଧିକାରୀ ଲିୟାକତ ଅଲ୍ଲୀ, ଅବସର ପ୍ରାପ୍ତ ବି ଆର ସି ସି ଗୋପବନ୍ଧୁ ନାୟକ, ସ୍ବନାମଧନ୍ୟ ଲେଖିକା ଡ଼କ୍ଟର ବସନ୍ତ ମଞ୍ଜରୀ ଦାସ, ସମସ୍ତ ଆଞ୍ଚଳିକ ସାଧନ ସଂଯୋଜକ ଓ ସଂଯୋଜିକା ବୈଷ୍ଣବ ବିଶ୍ୱାଳ, ନିବେଦିତା ଜେନା, ପ୍ରିୟଙ୍କା ପ୍ରିୟଦର୍ଶିନୀ ଜେନା, ରାଜଶ୍ରୀ ମ୍ୟାଡ଼ାମ, ଶେଷଦେବ ଯୋଗଦେଇ କାର୍ଯ୍ୟକ୍ରମଟିକୁ ସଫଳ ରୂପାୟନ କରିଥିଲେ। ଓଡିଶା ଆଦର୍ଶ ବିଦ୍ୟାଳୟର କୃତି ଛାତ୍ରୀ ପ୍ରଶଂସା ପ୍ରିୟଦର୍ଶିନୀ ସୃଜନଶୀଳ ଲିଖନ ପ୍ରତିଯୋଗିତାରେ ମଣ୍ଡଳ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହେବା ସହିତ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ନାଟ୍ୟକାର, ସମାଜସେବୀ, ସୁସାହିତ୍ୟିକ ପ୍ରଶାନ୍ତ କୁମାର ସେଠୀ ଓ ଆଦର୍ଶ ଶିକ୍ଷୟିତ୍ରୀ ମନୋରମା ସାମଲଙ୍କ ସୁପୁତ୍ରୀ ପ୍ରଶଂସା ପ୍ରିୟଦର୍ଶିନୀ ଜଣେ ପ୍ରତିଭାବାନ ଛାତ୍ରୀ ସହିତ ମଞ୍ଚ ଉପସ୍ଥାପନା , ବକ୍ତୃତା, ସଂଗୀତ ଓ ନୃତ୍ୟ ପରିବେଷଣ ପାଇଁ ବହୁ ଅନୁଷ୍ଠାନ ତରଫରୁ ପୁରସ୍କୃତ ହୋଇଛନ୍ତି l ପ୍ରଶାନ୍ତଙ୍କ ପରିବାରରେ ବହୁ ସାହିତ୍ୟିକମାନଙ୍କର ସମାଗମ ଓ ସାରସ୍ୱତ ଆଲୋଚନା ହେଉଥିବାରୁ ପ୍ରଶଂସାଙ୍କ ଉପରେ ପିଲାଟି ଦିନୁ ଏହାର ପ୍ରଭାବ ପଡିଛି। ପ୍ରଶଂସା ନିଜ ପ୍ରତିଭାପାଇଁ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଶ୍ରେଷ୍ଠ ସ୍ଥାନ ହାସଲ କରିବାପାଇଁ ଲକ୍ଷ ରଖିଛନ୍ତି। ଉକ୍ତ ସଫଳତା ପାଇଁ ତାଙ୍କ ବିଦ୍ୟାଳୟର ପ୍ରାଚାର୍ଯ୍ୟ ସନ୍ଦୀପ୍ତ ଅଧିକାରୀ, ସଂସ୍କୃତ ଶିକ୍ଷକ ସଚିନ ଦାସ ଓ ଗଣିତ ଶିକ୍ଷକ ଶିବ ସତ୍ୟ ପ୍ରିୟରଞ୍ଜନଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି।
5