ଏରସମା, 24/10/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ଏରସମା ବ୍ଲକ ମା ତ୍ରୀଶକ୍ତି ସାର୍ବଜନୀନ କାଳୀ ପୂଜା କମିଟି ପକ୍ଷରୁ ୪୭ ତମ କାଳୀ ପୂଜା ଉତ୍ସବ ଏରସମା ଗାନ୍ଧୀଛକଠାରେ ବେଶ୍ ଧୂମଧାମରେ ପାଳନ କରାଯାଉଛି। ପୂଜା ମଣ୍ଡପ ନିକଟରୁ ବାଜା,ବାଣ ଘଣ୍ଟ,ଘଣ୍ଟି , ହରିବୋଲ ହୁଳହୁଳି ସହିତ ଏକ ବିରାଟ କଳସ ଶୋଭା ଯାତ୍ରରେ ତୁଳୁପୁଦା ପୋଲ ନିକଟରେ ପହଞ୍ଚିବାପରେ ପଣ୍ଡିତ ପୂଜାର୍ଚ୍ଚନା କରିଥିଲେ ।ପରେ କମିଟିର ସଭ୍ୟମାନେ କଳସ ଆଣି ମା"ଙ୍କ ପୂଜା ମଣ୍ଡପ ନିକଟରେ ପହଞ୍ଚିଥିଲେ। ଅଞ୍ଚଳରେ ଭକ୍ତିମୟ ପରିବେଷ ସୃଷ୍ଟି ହୋଇଥିଲା। ପାଞ୍ଚ ଦିନ ଧରି ପ୍ରତ୍ୟେକ ଦିନ ସଂଧ୍ୟାରେ ଓଡ଼ିଶାର ବିଭିନ୍ନ କଳାକାର ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁ ରହିଛି ।ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ମା" ତ୍ରିଶକ୍ତି ସାର୍ବଜନୀନ ପୂଜା କମିଟିର ସଭାପତି ରବିନ୍ଦ୍ର କୁମାର ମୁଦୁଲିଙ୍କ ସମେତ କମିଟିର ସମସ୍ତ ସଭ୍ୟମାନେ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ।