ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାଲିପଦରରେ ଦ୍ୱାବିଂଶ ଧର୍ମ ସମିଳନୀ

ବୁଗୁଡ଼ା, 24/10/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ସତସଙ୍ଗ ଦ୍ୱାରା ଭଗବତ ପ୍ରାପ୍ତି ହୁଏ ବୋଲି ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାଲିପଦର ଗ୍ରାମରେ ଅନୁଷ୍ଠିତ ଦ୍ୱାବିଂଶ ଧର୍ମ ସମିଳନୀରେ ପ୍ରବଚକମାନେ ମତ ପୋଷଣ କରିଛନ୍ତି। ସମଗ୍ର ମହାଜାଗତିକ ସତ୍ୟ, ଯାହା ଶାଶ୍ୱତ, ଚିରନ୍ତନ ଓ ମୁକ୍ତିର ମାର୍ଗ, ତାହାର ଏକମାତ୍ର ପଥ ହେଉଛି ସତସଙ୍ଗ ବୋଲି ଏହି ସମିଳନୀରେ କୁହାଯାଇଥିଲା। ଧର୍ମ ଜାଗରଣ ସମିତି ଆନୁକୂଲ୍ୟରେ ବାଲିପଦର କୁମୁଟି ସାହି ପେଣ୍ଠ ଗୃହ ଠାରେ ଏହି ମହତ୍ତ୍ୱପୂର୍ଣ୍ଣ ଧର୍ମ ସମିଳନୀ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ କାଦପଡା ତାନ୍ତୁବାୟ ସହଯୋଗ ସମିତି ଗୃହ ଠାରୁ ନିମନ୍ତ୍ରିତ ପ୍ରବଚକମାନଙ୍କୁ ନେଇ ଏକ ଶାନ୍ତି ଶୋଭାଯାତ୍ରା ବାହାରି ପେଣ୍ଠ ଘର ଠାରେ ପହଞ୍ଚିଥିଲା।ବିଶ୍ୱନାଥ ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମିଳନୀରେ ବିଭିନ୍ନ ଧର୍ମ ଓ ସଂସ୍ଥାର ପ୍ରବଚକମାନେ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରେ ବ୍ରହ୍ମା କୁମାରୀ ସୌଦାମିନୀ (ଓମ ଶାନ୍ତି), ପାଣ୍ଡଵ ଗୌଡ଼ (ଗାୟତ୍ରୀ ପରିବାର), ଗୋବିନ୍ଦ ନାହାକ (ସନାତନ ଧର୍ମ), ଆର. ଅଭିମନ୍ୟୁ (ସନ୍ଥ ନିରଙ୍କରି), ଓ ଡ଼ା. ଅଶୋକ କୁମାର ସାହୁ (ଠାକୁର ଅନୁକୂଳ ଚନ୍ଦ୍ର) ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରବଚକମାନେ ନିଜ ନିଜ ସଂସ୍ଥାର ଜୀବନ ଦର୍ଶନ ଉପରେ ବିଶଦ ପ୍ରବଚନ ପ୍ରଦାନ କରିଥିଲେ।କାର୍ଯ୍ୟକାରୀ ସଭାପତି ପ୍ରକାଶ ଚନ୍ଦ୍ର ରଥ ପ୍ରବଚନ ସଭାର ନୀତି ନିର୍ଦ୍ଧାରଣ କରିବା ସହ ସଭା ପରିଚାଳନା କରିଥିଲେ। ସମ୍ପାଦକ ଡ଼କ୍ଟର ବିଜୟ ଚନ୍ଦ୍ର ମହାରଣା ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ବଂଶୀଧର ବିଷୋୟୀ ପ୍ରବଚନ କୁ ସଂଯୋଜନା କରିଥିଲେ।
Article Image
ପ୍ରସନ କୁମାର ବିଷୋୟୀ, ପୂର୍ଣ୍ଣ ଚନ୍ଦ୍ର ଜେନା, ମଙ୍ଗୁଳି ପାତ୍ର, ନରସିଂହ ପାତ୍ର, ବିପ୍ର ଚରଣ ପାତ୍ର, ମଧୁସୂଦନ ଭୋଳ, ରାଜେନ୍ଦ୍ର ରାଉତ, ରାଜେନ୍ଦ୍ର ମହାରଣା, ଏ. ଧର୍ମରାଜ ପାତ୍ର, ଇ. ନୀଳାଞ୍ଚଳ ପାତ୍ର, କବିରାଜ ପରିଡା, ପ୍ରମୋଦ କୁମାର ପାଢ଼ୀ, କିଶୋର ଚନ୍ଦ୍ର ପାତ୍ର, ପି. କ୍ରିଷ୍ଣା ରାଓ ଦୋରା ଓ ହରିହର ବିଷୋୟୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।କାର୍ଯ୍ୟକ୍ରମ ଶେଷରେ ଲକ୍ଷ୍ମଣ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହା ସହ ଓମ ଶାନ୍ତି କେନ୍ଦ୍ର ଠାରେ ଆନନ୍ଦ ବଜ଼ାର ବ୍ୟବସ୍ଥା କରାଯାଇଥିଲା। ଏହି ଧର୍ମ ସମିଳନୀରେ ଶତାଧିକ ଭକ୍ତଙ୍କର ସମାଗମ ହୋଇଥିଲା।
5