ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଚୋରକୁ ଉଠାଇଲା ଇନ୍ଫୋ ସିଟି ପୁଲିସ

କୁଜଙ୍ଗ , 25/10/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଗତକାଲି ବିଳମ୍ବିତ ରାତିରେ କୁଜଙ୍ଗ ଥାନା ଅନ୍ତର୍ଗତ ପାଟପୁରୁ ପଞ୍ଚାୟତ ବାଲିପାରି ଗ୍ରାମର ଗୈlରାଙ୍ଗ ନାଥଙ୍କ ପୁଅ ଅରୁଣ କୁମାର ନାଥଙ୍କୁ ଭୁବନେଶ୍ୱର ଇନ୍ଫୋ ସିଟି ପୁଲିସ ଘରେ ଶୋଇଥିବା ବେଳେ ଉଠାଇ ନେଇଛି। ଅରୁଣ ନାମରେ ଇନ୍ଫୋ ସିଟି ଥାନାରେ ଚୋରି,ଧମକ ଚମକ ଦେବାଭଳି ସଙ୍ଗିନ ମାମଲା ରହିଥିବା କାରଣରୁ ଏପରି ଘଟଣା ଘଟିଥିବା ସ୍ପଷ୍ଟ ହୋଇଛି। ଭୁବନେଶ୍ଵର ପଟିଆ ରାସାନ ଅଞ୍ଚଳରେ ବାସିନ୍ଦା ବିଜୟ ଗୋଲଦାରଙ୍କ ପଟିଆ ଠାରେ ମୁନଲାଇଟ୍ କ୍ଲବ୍ ନାମକ ଏକ ସଂସ୍ଥା ରହିଛି। ଅରୁଣ ସେଠାରେ ସୁପରଭାଇଜର ଭାବେ କାର୍ଯ୍ୟ ନିର୍ବାହ କରୁଥିଲେ। ମାଲିକ ଶ୍ରୀ ଗୋଲଦାର ଗତମାସ ତେର ତାରିଖ ଦିନ ଅନୁପସ୍ଥିତ ଥିବା କାରଣରୁ ସେଠାରୁ ଅରୁଣ ଏକ ବାଇକ୍,ଲାପ୍ଟପ,ମଦ ବୋତଲ ଓ ନଗଦ ୬ ହଜାର ୩ ସହ ଟଙ୍କା ନେଇ ଚମ୍ପକ ମାରିଥିଲେ। ସମସ୍ତ ଚୋରି ହୋଇଥିବା ସାମଗ୍ରୀର ମୁଲ୍ୟ ପ୍ରଖୟ ୯୦ ହଜାର ଟଙ୍କା ହେବ। ଏହି ଘଟଣାଟି ପାଟପୁର ପଞ୍ଚାୟତ ସହିତ ପଡୋଶୀ ପଞ୍ଚାୟତ ଚଟୁଆ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
4