ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା- ୨୦୨୫

ଏରସମା / ଆମ୍ବିକି, 25/10/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ ଆମ୍ବିକିରେ ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା- ୨୦୨୫ ଅନୁଷ୍ଠିତ।ଏହି ସଭାରେ ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବାଲିକୁଦା-ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ଯୋଗ ଦେଇ ମଞ୍ଚରେ ପ୍ରଦିପ ପ୍ରଜ୍ଜେଳନ କରି ଏରସମା ଅଞ୍ଚଳ ଏକ ଚାଷୀ ପ୍ରବଣ ଅଞ୍ଚଳ ବିଭିନ୍ନ ପ୍ରକାର ମତ୍ସ ଚାଷ ସହିତ ବିଭିନ୍ନ ପ୍ରକାର ପଶୁ ପକ୍ଷୀ ପାଳନ କରି ଅଞ୍ଚଳ ପାଇଁ ସୁନାମ ଅର୍ଜନ କରିବା ସହିତ ସ୍ୱାବଲମ୍ବୀ ହେଇପାରିଛନ୍ତି।ତେଣୁ ସରକାରୀ ସ୍ତରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ସରକାରୀ ସାହାଯ୍ୟ ସହଯୋଗ ମିଳୁଛି ଆପଣମାନେ ତାହାର ଲାଭ ଉଠାଇପାରିବେ ବୋଲି ବିଧାୟକ କହିଥିଲେ।
Article Image
ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ଜିଲ୍ଲାପାଳ ଜେ. ସୋନାଲ ମଧ୍ୟ କହିଥିଲେ ଏରସମା ବ୍ଲକର ସମସ୍ତ ଅଧିକାରୀ ମାନଙ୍କୁ ପ୍ରଂଶସା କରିଥିଲେ ।ଓଡ଼ିଶାରେ ଦ୍ୱିତୀୟ ଥର ପାଇଁ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ହେଉଛି।ତେଣୁ ଆପଣମାନେ ଚାକିରୀ ପଛରେ ନ ଗୋଡାଇ ନିଜେ ନିଜେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନାରେ ଚାଷ କରି ସ୍ୱାବଲମ୍ବୀ ହେଇପାରିବେ ବେଲି କହିଥିଲେ। ଜଗତସିଂହପୁର ଜିଲ୍ଲା ପରିଷଦ ମୁଖ୍ୟ ତଥା ଉନ୍ନୟନ ଅଧିକାରୀ ରବି ନାରାୟଣ ଜେଠୀ , ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ ନିରଞ୍ଜନ ବେହେରା, ଏରସମା ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର,୨ନଂ ଜୋନ୍ ଜିଲ୍ଲାପରିଷଦ ରାନୀ ଟୁଡୁ,ଏରସମା ବ୍ଲକ୍ ବିଡ଼ିଓ ଦାଶରଥି ଜେନା,ତହସିଲଦାର ସ୍ନିଗ୍ଧା ଶ୍ରଦ୍ଧାଞ୍ଜଳି ବେହେରା ଯୋଗ ଦେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ସଫଳ ଚାଷୀ ମାନଙ୍କୁ ପୁରଷ୍କୃତ କରି ଉତ୍ସାହିତ କରାଯାଇଥିଲା। ପ୍ରଦର୍ଶନୀ ଷ୍ଟଲ ଅତିଥି ମାନଙ୍କ ଦ୍ଵାରା ପରିଦର୍ଶନ କରିଥିଲେ। ପ୍ରଦର୍ଶନୀ ଷ୍ଟଲ ମଧ୍ୟରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ-୪, ମତ୍ସ୍ୟ ବିଭାଗ- ୩, ମହିଳା ଓ ଶିଶୁ ବିକାଶ ବିଭାଗ-୩ (ସମନ୍ୱିତ ଶିଶୁ ବିକାଶ ଯୋଜନା ) ORMAS - ୧ OLM- ୨ Mission Shakti-୧ CCCB-୧ REGISTRATION-୨ କୃଷି ବିଭାଗ ଏରସମା ବ୍ଲକ୍ କଳା ସଂସ୍କୃତି ସଂଘ ଅନୁବନ୍ଧିତ ଗ୍ରୁପ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପାଲା ପରିବେଷଣ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ଏରସମା ବ୍ଲକର ବିଭିନ୍ନ ମତ୍ସ୍ୟ ଓ ପ୍ରାଣୀ ଚାଷୀ ଯୋଗ ଦେଇଥିଲେ।
6