ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନ୍ୟାସନାଲ ସ୍କୁଲରେ ବିଜ୍ଞାନ ମେଳା

କୁଜଙ୍ଗ , 25/10/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ / କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ଭାଗନେଲେ 600 କୁନି ବୈଜ୍ଞାନିକ
Article Image
କୁଜଙ୍ଗ ସ୍ଥିତ ନ୍ୟାସନାଲ ସ୍କୁଲ ପରିସରରେ ଶୁକ୍ରବାର ଓ ଶନିବାର ଦୁଇଦିନଆ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l ଏହି ବିଜ୍ଞାନ ମେଳାରେ ନ୍ୟାସନାଲ ସ୍କୁଲ ଓ ସେଣ୍ଟ ଜାଭିଅର ଇଣ୍ଟରନେସନାଲ ପ୍ଲେ ସ୍କୁଲର 600 ରୁ ଉର୍ଦ୍ଧ କୁନି ବୈଜ୍ଞାନିକ ଭାଗ ନେଇଥିଲେ l ନ୍ୟାସନାଲ ସ୍କୁଲ ପ୍ରିନସିପାଲ ପ୍ରମିଳା ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବିଜ୍ଞାନ ମେଳା ଉତ୍ସବକୁ କୁଜଙ୍ଗ ବନ ବିହାରୀ ହାଇସ୍କୁଲ ପ୍ରାକ୍ତନ ପ୍ରଧାନ ଶିକ୍ଷକ ସରୋଜ କୁମାର ବେହେରା ଉଦଘାଟନ କରିଥିଲେ ଓ ସ୍ଥାନୀୟ ବିଜୟ ଚାନ୍ଦ କଲେଜ ଅଧ୍ୟକ୍ଷ ଡକ୍ଟର ପ୍ରତାପ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଉଦଯାପନ ଉତ୍ସବରେ ଯୋଗ ଦେଇଥିଲେ l ବିଶିଷ୍ଟ ଶିକ୍ଷାବିତ ଡକ୍ଟର ଗଙ୍ଗାଧର ସାମନ୍ତରାୟ ,ସ୍କୁଲ ଚେୟାରମାନ ଡକ୍ଟର ରଘୁ ସାହୁ ଓ ଜାଭିଅର ସ୍କୁଲ ପ୍ରିନସିପାଲ ସୁଧାକର ବିଶ୍ୱାଳ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ l ବିଜ୍ଞାନର ଅଗ୍ରଗତି ସମଗ୍ର ବିଶ୍ଵକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିଛି ଓ ଭାରତର ଉତ୍ଥାନ ଭବିଷ୍ୟତରେ ଉଦଭାବନ କ୍ଷେତ୍ରରେ ସମଗ୍ର ପୃଥିବୀକୁ ମାର୍ଗ ଦର୍ଶନ କରିବ l ପରିବେଶ ନିୟନ୍ତ୍ରଣ ,ଆଇ. ଟି , ମହାକାଶ ଗବେଷଣା ଓ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଉତ୍ପାଦନ କ୍ଷେତ୍ରରେ ଏବେ ଭାରତର ବୈଜ୍ଞାନିକ ମାନେ ନିଜର ଦକ୍ଷତା ପ୍ରମାଣିତ କରି ଚମକାଇ ଦେଇଥିବା ବୋଲି ଅତିଥି ମାନେ ଆୟୋଜିତ ସଭାରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ କହିଥିଲେ l ତେବେ କୁନି ବୈଜ୍ଞାନିକ ମାନେ ଆଜିଠୁ ବିଜ୍ଞାନ ମନସ୍କ ହେବାକୁ ପରାମର୍ଶ ଦେଇଥିଲେ l ବିଜ୍ଞାନ ମେଳାରେ ଅଧ୍ୟାପକ ମାନସ ରଞ୍ଜନ ମୁଦୁଲି ,ଶୁଭ୍ରାଅଂସୁ ଶେଖର ସାହୁ ଶିକ୍ଷକ ବିଭୁତି ଭୂଷଣ ଦାସ ,ବୈକୁଣ୍ଠ ବିହାରୀ ନାୟକ ଓ ନୃସିଂହ ନାରାୟଣ ବାହାଲିଆ ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ l 30 ରୁ ଉର୍ଦ୍ଧ ପ୍ରକଳ୍ପ ବିଚାରକମାନଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା ଓ ଯେଉଁ ଛାତ୍ରଛାତ୍ରୀମାନେ ଯୋଗ୍ୟ ବିବେଚିତ ହୋଇଛନ୍ତି ସେମାନଙ୍କୁ ଆସନ୍ତା ଶିଶୁ ଦିବସରେ ପୁରସ୍କୃତ କରାଯିବ ବୋଲି ଉତ୍ସବରେ ଘୋଷଣା ହୋଇଥିଲା l ଶିକ୍ଷକ ଶୁଭେନ୍ଦ୍ର ନାରାୟଣ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ l ସ୍କୁଲ ଭାଇସ ପ୍ରିନସିପାଲ ସଞ୍ଜୟ ଓଝା ,କାହ୍ନା ବେହେରା ,ନିକାସ ଦଳେଇ ,ରତିରଞ୍ଜନ ମହାନ୍ତି ,ମୋନାଲିସା ନାୟକ ,ସୁଶ୍ରୀ ସଂଗୀତା , ସୁଭଦ୍ରା ମହାପାତ୍ର ,ଅମରଜ୍ୟୋତି ସ୍ୱାଇଁ ,ମଧୁସ୍ମିତା ବାରିକ ,ପ୍ରିୟଦର୍ଶୀନି ନାୟକ ଓ ମାତୃକୃପା ମହାନ୍ତି ପ୍ରମୁଖ ବିଜ୍ଞାନ ଶିକ୍ଷକ ଶିକ୍ଷୟତ୍ରୀମାନେ ଉତ୍ସବ ପରିଚାଳନା କରିଥିଲେ l
Article Image
Article Image
5