ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଢେଙ୍କାନାଳ ଜିଲ୍ଲାକୁ ଅପମାନ କରିଥିବା ତପି ମିଶ୍ର ଓ ବ୍ୟୋମେକେଷଙ୍କ ବିରୋଧରେ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଅଭିଯୋଗ

ଢେଙ୍କାନାଳ, 26/10/2025, ଉତ୍କଳ voice news - utkalvoicenews.com( ଢ଼େଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ଢେଙ୍କାନାଳକୁ ଭୁବନେଶ୍ୱରର ତପି ମିଶ୍ର ଓ ଆଡଭୋକେଟ୍ ବ୍ୟୋମୋକେଶ ତ୍ରିପାଠୀ ସୋସିଆଲ୍ ମିଡିଆରେ ଅଭଦ୍ର ଭାଷାରେ ଗାଳି ଗୁଲଜ କରିବା ସହିତ ଜିଲ୍ଲାବାସୀଙ୍କୁ ବହୁତ ଅପମାନ କରିଥିବାରୁ ଆଜି ଢେଙ୍କାନାଳବାସୀ ଢେଙ୍କାନାଳ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ଢେଙ୍କାନାଳବାସୀଙ୍କ ତରଫରୁ ଅନୁରୋଧ କରାଯାଇଛି କି, ଏହି ଦୁଇଜଣ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯାଉ । ନଚେତ୍ ଆଗାମୀ ଦିନରେ ଯାହା କ୍ଷୟକ୍ଷତି ହେବ, ସେଥ‌ିପାଇଁ ଜିଲ୍ଲା ପ୍ରଶାସନ ଦାୟି ରହିବେ ବୋଲି ଉଲ୍ଲେଖ କରିଛନ୍ତି । ଯେଉଁ ସୋସିଆଲ୍ ମିଡିଆରେ ମନ୍ତବ୍ୟ ଦେଇଛନ୍ତି, ସେହି ସୋସିଆଲ୍ ମିଡିଆରେ ଭୁଲ୍ ମାଗନ୍ତୁ କିମ୍ବା ଢେଙ୍କାନାଳ ଆସି ଭୁଲ୍ ମାଗିବାକୁ କହିଛନ୍ତି । ନଚେତ୍ ଢେଙ୍କାନାଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଏହି ଅଭିଯୋଗ ସମୟରେ ଢେଙ୍କାନାଳର ମନୋରଞ୍ଜନ ଜେନା, ପ୍ରକାଶ ସାହୁ, ବଳରାମ ବେହେରା, ସଂଗ୍ରାମ ନାୟକ, ଆକାଶ ବେହେରା, ସୁବ୍ରତ ସାହୁ, ମନୋରଞ୍ଜନ ସାହୁ, ସନ୍ତୋଷ ବେହେରା, ସଂଗ୍ରାମ ଦୋରା, ପ୍ରଦୀପ୍ତ ସାହୁ, ସମୀର ନାଏକ, ସୁଜିତ୍ କୁମାର ନାୟକ, ସୌମ୍ୟ ରଞ୍ଜନ ପରିଡାଙ୍କ ସମେତ ବହୁ ଢେଙ୍କାନାଳ ବାସୀ ଉପସ୍ଥିତ ଥିଲେ ।
Article Image
6