ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଦଶିପୁର ପ୍ରାଥମିକ ବିଦ୍ୟାଳୟରେ ନିପୁଣ ଓଡ଼ିଶା ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

ଏରସମା, 28/01/2025, ଉତ୍କଳ voice news - utkalvoicenews.comଜଗତସିଂହପୁର ଜିଲ୍ଲା ଏରସାମା ବ୍ଲକ ଶିକ୍ଷା ବିଭାଗ ଅଧିନ କପିଳ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ ଆଞ୍ଚଳିକ ସାଧନ କେନ୍ଦ୍ର ପକ୍ଷରୁ ୭ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୨୦ ଜଣ ଛାତ୍ର ଛାତ୍ରୀଙ୍କୁ ନେଇ ନିପୂଣ ଓଡିଆ ମେଳା କାର୍ଯ୍ୟକ୍ରମ ନୂଆଢି ପଞ୍ଚାୟତର ଦଶିପୁର ପ୍ରାଥମିକ ବିଦ୍ୟାଳୟରେ ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଏହି ଆୟୋଜିତ କାର୍ଯ୍ଯକ୍ରମରେ ସିଆରସିସି ରାଜେନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ବ୍ରଜ ପ୍ରଧାନ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ନିପୁଣ ଓଡିଶା ମେଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ୱାର୍ଡ ସଭ୍ୟ ବାବୁଲି ବସନ୍ତିଆ, କୈଳାସ ମହାପାତ୍ର, ରାଜେନ୍ଦ୍ର ପ୍ରଶାଦ ସ୍ଵାଇଁ, ଆରତୀ ନାୟକ, ପୁଷ୍ପଲତା ସ୍ଵାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ। ଏହି କାର୍ଯ୍ୟକ୍ରମରେ ସାକ୍ଷରତା, ସଂଖ୍ୟା ଜ୍ଞାନ,ସ୍ରୃଜନଶୀଳତା ଓ ମତାମତ ଷ୍ଟଲ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ନିପୂଣ ଦକ୍ଷତା ହେବାର ସୂଚନା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୯୦ ଜଣ ଅଭିଭାବକମାନେ ଉପସ୍ଥିତ ଥିବାବେଳେ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଚୈଧୁରୀ ନିବେଦିତା ଦାସ,ଶ୍ରୀନିବାସ ଜେନା, ମମତା ପଟ୍ଟାୟତ, ଭୂବନେଶ୍ୱରୀ ବିଶ୍ୱାଳ, ସନ୍ଧ୍ୟାରାଣୀ ସାହାଣୀ,କଳ୍ପନା ଜେନା,କଳ୍ପନା ସାମଲ, ସୁଜାତା ମହାପାତ୍ର, ଆରତୀ ନାୟକ ପ୍ରମୁଖଙ୍କ ସମେତ ୭ଟି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିପୁଣ ଓଡିଶା ମେଳା କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ କରିଥିଲେ। ବିଦ୍ୟାଳୟର ସମସ୍ତ ୧୨୦ ଜଣ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।
Article Image
Article Image
1