ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନୂଆଗାଁ କାଳୀପୂଜାର ଅନ୍ତିମ ସଂଧ୍ୟାରେ ଦର୍ଶକଙ୍କ ମନୋରଞ୍ଜନ କଲେ କମେଡି କିଙ୍ଗ୍ ପ୍ରଜ୍ଞା ଓ ଶଙ୍କର

ଏରସମା, 26/10/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ ଅନ୍ତର୍ଗତ ନୂଆ ଗାଁ ପଞ୍ଚାୟତ ର ସାର୍ବଜନୀନ ମା" କାଳୀପୂଜାଙ୍କ ପୂଜା ବେଶ୍ ଧୂମଧାମରେ ପାଳନ କରାଯାଇଛି।ଚଳିତବର୍ଷ କାଳୀପୂଜା କୁ ୩୭ ବର୍ଷରେ ପଦାର୍ପଣ କରିଥିବାରୁ ବେଶ୍ ଚଳଚଞ୍ଚଳ ପୂଜା କମିଟି।୬ ଦିନ ବ୍ୟାପୀ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁରହିଥିବା ବେଳେ ପ୍ରତ୍ୟେକ ଦିନ ସଂଧ୍ୟାରେ ମଞ୍ଚକୁ ଅତିଥି ମାନଙ୍କ ଆଗମନ ବେଶ୍ ଅନୁଷ୍ଠାନ କୁ ଆହୁରି ରୁଚିମନ୍ତ କରିଥିଲା।ସେହିପରି ଅନ୍ତିମ ସଂଧ୍ୟା ବା ଉଦଯାପନି ସଂଧ୍ୟାରେ ଡ଼ ତାମିଲ ପ୍ରଧାନଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବାଲିକୁଦା -ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ଉପସ୍ଥିତ ରହି ଏରସମା ମାଟିର ପବିତ୍ର କୁଞ୍ଜବିହାରି କ୍ଷେତ୍ର ଓ ମହାବୀର କ୍ଷେତ୍ରର ନୂଆ ଗାଁ ଆମ ଜିଲ୍ଲାର ଗୋଟିଏ ଗାଁ ଗୋଟିଏ ପଞ୍ଚାୟତ ଏହି ଗ୍ରାମରେ ଭାଇଚାର ଓ କଳା ସଂସ୍କୃତି କୁ ଭୂୟଁଶ୍ରୀ ପ୍ରଂଶସା କରିବା ସହିତ ଶତ ନମଃ କରିଥିଲେ।ଏବଂ ଦଳଗତ ନିର୍ବିଶେଷରେ ନୂଆ ଗାଁ ଅଞ୍ଚଳବାସୀ ଭାଇଚାର ର ଏପର୍ବ ଏଭଳି ପ୍ରତିବର୍ଷ ମହା ଆନନ୍ଦ ଉଲ୍ଲାସର ସହିତ ପାଳନ କରିବା ପାଇଁ କହିଥିଲେ। ବାଲିତୁଠ ମେଡିକାଲ ଡାକ୍ତର ଗିରିଜା ଶଙ୍କର ମହାପାତ୍ରଙ୍କୁ ବାଲିକୁଦା ଏରସମା ବିଧାୟକ ଶ୍ରୀଯୁକ୍ତ ଜେନା ସମ୍ବର୍ଦ୍ଧିତ କରିଥିଲେ।ସମ୍ମାନିତ ଅତିଥି ଭାବେ ଏରସମା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ମହାପାତ୍ର,ବିଶିଷ୍ଟ ଶ୍ରମିକ ନେତା ରାକେଶ ପଟ୍ଟନାୟକ ଯୋଗ ଦେଇ ମା,ଙ୍କର ଏ ପର୍ବ ମିଳିମିଶି ପାଳନ କରନ୍ତୁ ରାଗ ହିଂସା ଛାଡି ଜୀବନକୁ ହସ ଖୁସିରେ ବିତାନ୍ତୁ କହି ଅନୁଷ୍ଠାନର ଦୀର୍ଘାୟୁ କାମନା କରିଥିଲେ। ସମାଜସେବୀ ରଶ୍ମୀ ରଞ୍ଜନ ଦାସ ଧନ୍ୟବାଦ ଦେଇଥିଲେ।ଅନୁଷ୍ଠାନ ତରଫରୁ ଅଞ୍ଚଳର ତିନିଜଣ ପ୍ରତିଭାବାନ ବ୍ୟକ୍ତିତ୍ୱମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ପରେ ଓଡ଼ିଶାର ଆଗଧାରିର ଲୋକପ୍ରିୟ କଣ୍ଠଶିଳ୍ପୀ ପଙ୍କଜାଲ୍,ମାନସୀ ଓ ଅନ୍ୟ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ମୋଲେଡି କାର୍ଯ୍ୟକ୍ରମ କରାଯାଇଥିଲା ବିଶେଷ କରି ଓଡ଼ିଶାର ଘରେ ପରିଚିତ ସିନେମା ଜଗତର କମେଡି କିଙ୍ଗ୍ ଯୋଡ଼ି ପ୍ରଜ୍ଞା ଓ ଶଙ୍କର ମଞ୍ଚରେ ଦମ୍ ଦାର୍ ଅଭିନୟ ଯାଦୁରେ ଦର୍ଶକଙ୍କୁ ହସେଇ ହସେଇ ମନୋରଞ୍ଜନର ଖୋରାକ ଯୋଗାଇଥିଲେ।କମେଡି ଆନ୍ ପ୍ରଜ୍ଞା ମଧ୍ୟ ଏରସମା ଅଞ୍ଚଳର ଅତିର ସେଇ ବାତ୍ୟା ବିଭିସୀକା କୁ ମନେପକେଇବା ସେଇ ଆକାରଣେ ଚାଲିଯାଇଥିବା ସେଇ ନିରିହ ମଣିଷ ଙ୍କ ଅମର ଆତ୍ମା ଙ୍କ ପାଇଁ ଦୁଇ ମିନିଟ ପ୍ରାର୍ଥନା କରିଥିଲେ।ଅନ୍ତିମ ସଂଧ୍ୟାରେ ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଥିଲା ଯାହାକୁ ନେଇ ସ୍ଥାନୀୟ ଅଭୟଚାନ୍ଦପୁର ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ୍ ମୃତୟନ କରାଯାଇଥିଲା।ଅନୁଷ୍ଠିଆର କର୍ମକର୍ତ୍ତା ଓ ଗ୍ରାମବାସୀ ମାନଙ୍କ ସହଯୋଗ ରେ ଶାନ୍ତିପୂର୍ଣ୍ଣ ଭାବରେ କାର୍ଯ୍ୟକ୍ରମ ଶେଷ କରାଯାଇଥିଲ।
5