ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଧଳା ଜହର ବ୍ୟବସାୟୀ କୁ ଧରିବାରେ ଅବକାରୀ ବିଭାଗର ସଫଳତା।

ପାରାଦ୍ୱୀପ , 26/10/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ / କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ଇନ୍ସପେକ୍ଟର ପ୍ରଶାନ୍ତ କୁମାର ମହାନ୍ତିଙ୍କ ତତ୍ବାବଧାନରେ ଧଳା ଜହର ବ୍ୟବସାୟୀ କୁ ଧରିବାରେ ଅବକାରୀ ବିଭାଗ ସଫଳ ହୋଇଛି।ଅବକାରୀ କମିଶନର ଓ ଜିଲ୍ଲାପାଳ ଜେ. ସୋନାଲଙ୍କ ନିର୍ଦ୍ଦେଶରେ ଜଗତସିଂହପୁର ଜିଲ୍ଲା ଅବକାରୀ ଅଧୀକ୍ଷୀକା ଅନିତା ପ୍ରଧାନଙ୍କ ନେତୃତ୍ୱରେ ଜଗତସିଂହପୁର ଅବକାରୀ ବିଭାଗ ପାରାଦୀପ ଗଡ ଅଂଚଳରୁ ବ୍ରାଉନ ସୁଗାର୍ ବ୍ୟବସାୟୀଙ୍କୁ ଗିରଫ କରିଛନ୍ତି । ଗିରଫ ବ୍ରାଉନ ସୁଗାର ବ୍ୟବସାୟୀ ଜଣକ ସରୋଜ କୁମାର ମଲ୍ଲିକ,ଯାଜପୁର ଜିଲ୍ଲାର ସ୍ଥାୟୀ ବାସିନ୍ଦା ହୋଇଥିବା ବେଳେ ଗତ କିଛି ମାସ ଧରି ପାରାଦୀପ ଗଡ ଅଂଚଳରେ ରହି ଧଳା ଜହର ବ୍ୟବସାୟ କରୁଥିବା ଜଣାପଡିଛି । ସରୋଜଙ୍କ ପାଖରୁ ୭୫ ଗ୍ରାମ୍ ଧଳା ଜହର ଜବତ୍ କରିଛି ଅବକାରୀ ବିଭାଗ, ଯାହାର ଆନୁମାନିକ ମୂଲ୍ୟ ୭୫୦୦୦୦ ଟଙ୍କା ଆକଳନ କରାଯାଉଛି ।
Article Image
Article Image
3