ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶତାୟୁ ପୁରୁଷ ଗାୟକ ଶେଖର ଜଗନ୍ନାଥ ବେହେରାଙ୍କ ସମ୍ବର୍ଦ୍ଧନା ଉତ୍ସବ ପାଳିତ।

ଏରସମା, 26/10/2025, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ଚରଣ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲା ଏରସମା ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବରିଷ୍ଠ ନାଗରିକ ମଞ୍ଚ ଓ ପୂଜ୍ୟପୂଜା ସଂସଦ ମିଳିତ ଆନୁକୂଲ୍ୟରେ ରବିବାର ସକାଳ ୧୦ ଘଟିକା ସମୟରେ ଏରସମା ମାଟିର ବରପୁତ୍ର, ତିନି ତିନି ଥର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ, ପାଲା ଜଗତର ଭୀଷ୍ମ ପିତାମହ ଶ୍ରୀଯୁକ୍ତ ଗାୟକ ଶେଖର ଜଗନ୍ନାଥ ବେହେରାଙ୍କ ଜନ୍ମ ଶତ ବାର୍ଷିକ ପାଳନ ଅବସରରେ ତାଙ୍କ ସାରସତ ପ୍ରତିଭାକୁ ସମ୍ମାନ ଜଣାଇ ଏରସମା ନାଗରୀକ ସମ୍ମାନରେ ସମ୍ବଦ୍ଧିତ କରାଯାଇଅଛି।
Article Image
ଉକ୍ତ ସମ୍ବଦ୍ଧନା ସମାରୋହରେ ଆଞ୍ଚଳିକ ପୂଜ୍ୟ ପୂଜା ସଂସଦ ର କାର୍ଯ୍ୟକାରୀ ସଂପାଦିକା ଡକ୍ଟର ବସନ୍ତ ମଞ୍ଜରି ଦାସଙ୍କ ସହ ମାନ୍ୟବର ବିଧାୟକ ବାଲିକୁଦା-ଏରସମା ଶ୍ରୀଯୁକ୍ତ ସାରଦା ପ୍ରସନ୍ନ ଜେନା ସର୍ବପ୍ରଥମେ ପ୍ରଦୀପ ପ୍ରଜ୍ଜଳନ କରି ଉଦ୍ଘଟାନ କରିଥିଲେ ।ତତ୍ପରେ ଶ୍ରୀଯୁକ୍ତ ଗାୟକ ଶେଖର ଜଗନ୍ନାଥ ବେହେରାଙ୍କ ଶିଶ୍ୟା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ଦାସ ଙ୍କ ଦ୍ଵାରା ଏକ ଘଣ୍ଟିଆ ପାଲା ପରିବେଷଣ କରାଯାଇଥିଲା।ଆଞ୍ଚଳିକ ପୂଜ୍ୟ ପୂଜା ସଂସଦ ର କାର୍ଯ୍ୟକାରୀ ସଭାପତି ପଣ୍ଡିତ ନାଗୁ ଚରଣ ଦେଵତାଙ୍କ ଦ୍ବାରା ବେଦ ପାଠ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରଯାଇଥିଲା।ପରେ ସଭାପତି କମ୍ରେଡ ନେତା ଶଶୀଭୂଷଣ ସାଇଁ ଉକ୍ତ ସଭାର ସଭାପତିତ୍ବ କରିବା ସହିତ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର ସଂଯୋଜକ ପ୍ରଶାନ୍ତ କୁମାର ସେଠୀ ମଞ୍ଚ ପରିଚାଳନ କରିଥିଲେ।ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଗତ ସଙ୍ଗୀତ ଗାନ କରିବା ସହିତ ପ୍ରଶଂସା ପ୍ରିୟଦର୍ଶିନୀ ଓ ସାଥୀ ମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା।ପରେ ମହେଶ୍ୱର ସ୍ଵାଇଁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ।
Article Image
ପୂର୍ବତନ ସରପଂଚ,(ପଲ୍ଲୀକଣ୍ଟା) ଓ ପୂର୍ବତନ ପି.ସି.ସି ସଭ୍ୟ ତଥା ସମାଜ ସେବୀ ଶ୍ରୀଯୁକ୍ତ ଧ୍ବଜରାଜ ଖଣ୍ଡୁଆଳ ସ୍ବାଗତ ଅଭିଭାଷଣ ଦେଇଥିଲେ।ମୁଖ୍ୟ ଅତିଥି ଭାବେ ଗୀତିକାର ଅରୁଣ ମନ୍ତ୍ରୀ ଓ ମୁଖ୍ୟ ବକ୍ତା ଚଳଚିତ୍ର ଗୀତିକାର ସୁ ସାହିତ୍ୟିକ,ସଂଳାପ ଲେଖକ ବିଜୟ ମଲ୍ଲ ଯୋଗ ଦେଇଥିଲେ ।ମାନ୍ୟବର ସାଂସଦ ଜଗତସିଂହପୁର ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଜଟାଧାରୀ ସ୍ଵାଇଁ ଯୋଗ ଦେଇ ଶତାୟୁ ପୁରୁଷ, ମହାନାୟକ ଗାୟକ ଶେଖର ଜଗନ୍ନାଥ ବେହେରାଙ୍କ ଜୀବନୀ କାହାଣୀ ଉପରେ ଆଲୋଚନା କରି ଏହି ମହାନ ପୁରୁଷ ପାଇଁ ଦୀର୍ଘାୟୁ କାମନା କରିଥିଲେ।ପୂଜ୍ୟ ପୂଜା ସଂସଦ ର ଅଧ୍ୟକ୍ଷ ଯଯାତୀ କେଶରୀ ସମନ୍ତରାୟ ସହିତ ଅନେକ କବି,ଲେଖକ, ପାଲା ଗାୟକ ଓ ଗାୟିକା, ପାଲା ପ୍ରେମୀ ,ମାନି ଗୁଣୀ ଲୋକ,ଉପସ୍ଥିତ ରହିଥିଲେ ।
Article Image
Article Image
Article Image
6