ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାତ୍ୟାରେ ଫସଲ ନଷ୍ଟ ଆଶଙ୍କା, ଚିନ୍ତାରେ ଚାଷୀ

ବୁଗୁଡ଼ା, 26/10/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ସମ୍ଭାବ୍ୟ ବାତ୍ୟା 'ମନ୍ଥା' ପାଇଁ ଫସଲ ନଷ୍ଟ ଆଶଙ୍କାରେ ଚାଷୀକୁଳ ସୂଚନା ଅନୁଯାୟୀ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ବାତ୍ୟାରେ ପରିଣତ ହୋଇ ତାଣ୍ଡବ ରଚିବାକୁ ଯାଉଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।ଫଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବା ନେଇ ବିଭାଗ ଅନୁମାନ କରାଯାଇଛି ।ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବା ସହିତ ଫସଲ ହାନିକୁ ନେଇ ଚିନ୍ତାରେ ପଡିଛି ଚାଷୀ ।କାରଣ ଧାନ ଫସଲ ଏବର୍ଷ ଭଲ ହୋଇଥିବା ବେଳେ ଅଧିକାଂଶ ଧାନଗଛରେ ଧାନ ବାହାରୁଚି କିମ୍ବା ବାହାରିବାକୁ ଯାଉଛି । ଏପରି ପରିସ୍ଥିତିରେ ଯଦି ମେଘ ପବନ ହୁଏ ତେବେ ଗଛ ସବୁ ପାଇଁ ପଡ଼ିଯିବ ଏବଂ ଏହା ଫଳରେ ଫସଲ ନଷ୍ଟ । ହେବା ନିଶ୍ଚିତ ବୋଲି ସ୍ଥାନୀୟ ଗ୍ରାମର ଚାଷୀମାନେ ମତ ପ୍ରକାଶ କରିଛନ୍ତି।ଅନ୍ୟପକ୍ଷରେ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବହୁ ତଳିଆ ଅଞ୍ଚଳ ଏକ ପ୍ରକାର ଜଳବନ୍ଦୀ ଅବସ୍ଥାକୁ ଆସିଯିବ ।ଏଇ ଭାବନାକୁ ନେଇ ଚାଷୀମାନେ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି । କେବଳ ସେତିକି ନୁହେଁ ବାଡି ବଗିଚା, ରାସ୍ତାଘାଟ ସବୁକିଛି ଅସ୍ବାଭାବିକ ଅବସ୍ଥାକୁ ଆସିଯିବ । ପ୍ରତିବର୍ଷ ଲଗାଣ ବର୍ଷାରେ ଏହି ଅଞ୍ଚଳର ଚାଷୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏବେ ସମ୍ଭାବ୍ୟ ବାତ୍ୟା ଖବର ସେମାନଙ୍କୁ ଆତଙ୍କିତ କରିଥିବା ଜଣାଯାଇଛି।
Article Image
Article Image
5