ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମୌଳିକ ସାକ୍ଷରତା ଓ ସଂଖ୍ଯା ଜ୍ଞାନ ଆକଳନ ପରୀକ୍ଷା ଅନୁଷ୍ଠିତ

ବୁଗୁଡ଼ା, 26/10/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ଭାରତ ସରକାରଙ୍କ ଦ୍ବାରା ପ୍ରାୟୋଜିତ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ତଥା ଉଲ୍ଲାସର ଲକ୍ଷ୍ୟ ୧୫ବର୍ଷ ବା ତଦୁର୍ଦ୍ଧ ଅଧିବାସୀଙ୍କୁ ମୌଳିକ ଶିକ୍ଷା, ଜୀବନ ଧାରଣ କୌଶଳ ଏବଂ ବୃତ୍ତିଗତ ଦକ୍ଷତାରେ ପ୍ରତିପୁଷ୍ଟି ପ୍ରଦାନ କରି ବିକଶିତ ଭାରତ ଅଭିମୁଖେ କ୍ଷିପ୍ରତାର ସହ ଅଗ୍ରସର ହେବା ଲକ୍ଷ୍ଯ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଉଦ୍ଦେଶ୍ୟର ପରିପୂର୍ଣ୍ଣତା ପାଇଁ ତୃତୀୟ ପର୍ଯ୍ୟାୟରେ ବାଲିପଦର କ୍ଲଷ୍ଟରର ୨୬୫ ଜଣ ପ୍ରଶିକ୍ଷାର୍ଥୀ ମୌଳିକ ସାକ୍ଷରତା ଏବଂ ସଂଖ୍ୟା ଜ୍ଞାନ ଆକଳନ ପରୀକ୍ଷା ଦେଇଛନ୍ତି। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିଶ୍ୱଜିତ୍‌ ପରିଡ଼ାଙ୍କ ତତ୍ତ୍ୱାବଧାନରେ କ୍ଲଷ୍ଟରର ସମସ୍ତ ପ୍ରଧାନଶିକ୍ଷକ, ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନେ ପରୀକ୍ଷା ସୁଚାରୁ ରୂପେ ପରିଚାଳନା କରିଥିଲେ। ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଅମିତା ପାଢ଼ୀ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ପ୍ରଦୀପ ପ୍ରଜ୍ଜ୍ୱଳନ ସହ ଉଲ୍ଲାସର ଉଦ୍ଦେଶ୍ୟ ସମ୍ବନ୍ଧେ ଅଭିଭାଷଣ ପ୍ରଦାନ କରିଥିଲେ।ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶର୍ମିଲା ରାଣୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
Article Image
5