କଟକ, 27/10/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ଓଡ଼ିଶା ର ପ୍ରତିଷ୍ଠିତ ଆୟୁର୍ବେଦ ନିର୍ମାଣକାରୀ ସଂସ୍ଥା 'ଦିଶା ଆୟୁର୍ବେଦ' ଦ୍ଵାରା ତଥା ଇଫ୍କୋ ପାରାଦ୍ଵୀପ ୟୁନିଟର ମିଳିତ ସହଯୋଗରେ ସ୍ଥାନୀୟ ଓଡ଼ିଶା ପୋଲିସଙ୍କର ୬ଷ୍ଠ ବଟାଲିୟନ୍ ପରିସରର ସମ୍ମିଳନୀ କକ୍ଷରେ ଦିଶା ଆୟୁର୍ବେଦ ର ଉପଦେଷ୍ଟା ତଥା ବିଶିଷ୍ଟ ନାଟ୍ୟକାର ଓ ନିର୍ଦ୍ଦେଶକ ହର ବାରିକ୍ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ 'ଆୟୁର୍ଦିଶା-୨୦୨୫' କୁ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ନିଗମ କଳ୍ପତରୁ ଆଶ୍ରମ ର ଅଧ୍ୟକ୍ଷ ବିଶିଷ୍ଟ ଆଧାତ୍ମିକଗୁରୁ ଓ ସମାଜ ସଂସ୍କାରକ ସ୍ୱାମୀ ଶ୍ରୀ ଶ୍ରୀ ବ୍ରହ୍ମାନନ୍ଦ ସରସ୍ଵତୀ ଉଦ୍ ଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଓଡ଼ିଶା ପୋଲିସର ଷଷ୍ଠ ବଟାଲିୟନର କମାଣ୍ଡାଣ୍ଟ ଶ୍ରୀ ସୂର୍ଯ୍ୟ ନାରାୟଣ ମଲ୍ଲିକ । ଓଡ଼ିଶାର ବିଶିଷ୍ଟ ଆୟୁର୍ବେଦ ଚିକିତ୍ସକ ପ୍ରଫେସର ଡାକ୍ତର ଗୋପାଳ ଚନ୍ଦ୍ର ନନ୍ଦ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବାବେଳେ ଓଡିଶାର ବିଶିଷ୍ଟ ପରିବେଶବିତ୍ ଓ ଇଫ୍କୋର ପ୍ରଶାସନିକ ଅଧିକାରୀ ଡଃ ପ୍ରସନ୍ନ କୁମାର ବେଉରା , ଦୈନିକ ସମାଜର ବରିଷ୍ଠ ସହ ସମ୍ପାଦକ ଡ଼ଃ ସୁଜିତ୍ ମିଶ୍ର , ପ୍ରଫେସର ଡାକ୍ତର ବିନୋଦିନୀ ନନ୍ଦ ସମ୍ମାନୀୟ ଅତିଥିଭାବେ ଯୋଗ ଦେଇଥିଲେ । ଆୟୁର୍ବେଦ ଭାରତର ଭବିଷ୍ୟତ ବୋଲି ଅତିଥିମାନେ ମତପୋଷଣ କରିଥିଲେ । ବିଶିଷ୍ଟ ସାହିତ୍ୟିକ ତଥା ସ୍ଵାସ୍ଥ୍ୟବାର୍ତ୍ତାର ସମ୍ପାଦନା ମଣ୍ଡଳୀର ସଭ୍ୟ ଡଃ କେଶବ ଚନ୍ଦ୍ର ଦଳାଇ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟର ପ୍ରଥମ ବର୍ଷର ଛାତ୍ରୀ ପ୍ରଦେଷ୍ନା ସାମନ୍ତରାୟ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଦିଶା ଆୟୁର୍ବେଦର ପ୍ରବନ୍ଧ ନିର୍ଦ୍ଦେଶକ ତଥା ଓଡିଶାର ବିଶିଷ୍ଟ ଆୟୁର୍ବେଦ ଚିକିତ୍ସକ ଓ ପରିବେଶବିତ୍ ଡାକ୍ତର ଦେବଦତ୍ତ ସାମନ୍ତରାୟ ଆୟୁର୍ଦିଶା ୨୦୨୫ ର ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିବାବେଳେ ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ତୁଷାର ରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଦିଶା ଆୟୁର୍ବେଦ ଦ୍ଵାର ପ୍ରକାଶିତ ତ୍ରୟୀମାସିକ ସ୍ୱାସ୍ଥ୍ୟ ଭିତ୍ତିକ ପତ୍ରିକା "ସ୍ୱାସ୍ଥ୍ୟ ବାର୍ତ୍ତା" ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ ହେବା ସହ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଆୟୁର୍ବେଦ ଚିକିତ୍ସକଗଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଷଷ୍ଠ ବଟାଲିୟନ୍ର ଉପଦୁର୍ଗପତି ଶ୍ରୀ ମାନ୍ଧାତା ସାଇ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଓଡ଼ିଶାର ବିଶିଷ୍ଟ ଚିତ୍ରଶିଳ୍ପୀ ଉପସ୍ଥାପକ ତଥା ଦିଶା ଆୟୁର୍ବେଦର ପ୍ରଚାର ଓ ପ୍ରସାର ସମ୍ପାଦକ ସୁଧାଂଶୁ ଶେଖର ସୁତାର ସଂଯୋଜନା କରିଥିବା ବେଳେ ଦିଶା ଆୟୁର୍ବେଦର ଉପଦେଷ୍ଟା ତଥା ସ୍ୱାସ୍ଥ୍ୟ ବାର୍ତ୍ତାର ପରିଚାଳନା ସମ୍ପାଦକ ଶ୍ରୀ ଗୌତମ ଚନ୍ଦ୍ର ଜେନା , କିଶୋର ଚନ୍ଦ୍ର ମହାରଣା , ଡାକ୍ତର ନଟବର ଚାନ୍ଦ୍ , ତ୍ରିଲୋଚନ ନାୟକ , ନରେନ୍ଦ୍ର ବେହେରା , ଶାଶ୍ଵତ ଶନିଦତ୍ତ ସାମନ୍ତରାୟ , ସରିତା ନାୟକ , ସନ୍ତୋଷିନୀ ଦାଶ , ବର୍ଷା ପ୍ରିୟଦର୍ଶିନୀ, ଅଭିମନ୍ୟୁ ସେଠୀ , କୁମାର ସୌରଭ , ସ୍ଵାଧୀନ ଭୋଳ , ଦେବାଶିଷ କୁମାର ପ୍ରମୁଖ ପରିଚାଳନା କରିଥିଲେ । ସର୍ବୋପରି
ଦିଶା ଆୟୁର୍ବେଦର ସତ୍ତ୍ଵାଧିକାରିଣୀ ଶ୍ରୀମତୀ ପ୍ରଭାସିନୀ ସାମନ୍ତରାୟ , ରଶ୍ମିତା ଜେନା , ପ୍ରଶାନ୍ତ କୁମାର ଲେଙ୍କା , ପ୍ରଶାନ୍ତ କୁମାର ବାରିକ୍ , ସୁରେଶ କୁମାର ରଥ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳ ରୂପାୟନ ହେଇଥିଲା ।