ଏରସମା, 27/10/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ଏରସମାଅଂଚଳ ର ମହିମା ଧର୍ମ ସାଧୁ ବୁଦ୍ଧ ଦାସ କାଲି ବିଳମ୍ବିତ ରାତି ରେ ଦେହତ୍ୟାଗକରିଛନ୍ତି l ସୂଚନା ରୁ ଜଣାପଡିଛି ଯେ ଏରସମା ର ନିକଟସ୍ଥ ସିହା ମହିମା ଟୁଙ୍ଗି ରେ ମହିମା ଧର୍ମ ର ରୀତିନୀତି ରେ ସାମଧି ଦିଆଯିବ l ଖବର ପାଇଁ ବକଳଧାରୀ ବରିଷ୍ଟ
ସାଧୁ ଗଦାଧର ଦାସ, ସାଧୁ ବାବୁଲି ଦାସ, ସାଧୁ ଭକ୍ତ ଚରଣ ଦାସ, ସାଧୁ ଦୁଃଖ ବନ୍ଧୁ ଦାସ,ଓ ଓଡିଶା ର ବିଭିନ୍ନ ଅଂଚଳ ସାଧୁ ଓ ମହିମା ଧର୍ମୀ ଭକ୍ତ ମାନେ ସିହା ଟୁଙ୍ଗି ରେ ପହଂଚିଛନ୍ତି l ଗ୍ରାମ ବାସୀ ତଥା ଭକ୍ତ ମାନେ ସାଧୁ ବୁଦ୍ଧ ଦାସ ଙ୍କୁ ଏରସମା ବଜାର ଓ ନିକଟସ୍ଥ ବିଭିନ୍ନ ଗ୍ରାମ ପରିକ୍ରମା କରି ସମାଧି ଦିଆଯାଇଥିଲା l ଶକ୍ତି ପ୍ରସନ୍ନ ସାମନ୍ତରାୟ,ଅଜିତ ସାମନ୍ତରାୟ ଆଶିଷ ସ୍ୱାଇଁ,ଶଶିଭୂଷଣ ସ୍ୱାଇଁ,ବଂଶୀଧର ସ୍ୱାଇଁ,ସଚିତା ନନ୍ଦ ଦାସ, ରବୀଦାସ,ବାବୁଲି ବିଶ୍ୱାଳ, ମଦନମୋହନ ମୁଦୁଲି, ରାଜେନ୍ଦ୍ର ସ୍ୱାଇଁ, ଅଜୟ ସ୍ୱାଇଁ, ମହିମା ସ୍ୱାଇଁ,ବହୁ ମାନୀୟ ଗନୀୟ ବେକ୍ତି ଓ ସଦ୍ଧାଳୁ ଶେଷ ଦର୍ଶନ କରିଥିଲେ l