ଜଗତସିଂହପୁର / ବାଲିକୁଦା, 27/10/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଥାଇଳୋ ପଞ୍ଚାୟତ ସନ୍ତୋ ଗ୍ରାମର ସୁବାସ ଶାସମଲ (୭୨)ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣ, ସରଳ, ପରୋପକାରୀ, ମିଷ୍ଟଭାଷୀ ଓ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଜଣେ ଅନୁଗାମୀ ଭାବରେ ସମଗ୍ର ଅଞ୍ଚଳରେ ବେଶ ପରିଚିତ ଥିଲେ । ସେ ଧନିଶୋ ସତସଙ୍ଗ ବିହାରର ଜଣେ ପୁରୁଖା କର୍ମୀ ଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ବାଲିକୁଦା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପରିବାରବର୍ଗ, ଜ୍ଞାତି, କୁଟୁମ୍ବ, ଆତ୍ମୀୟସ୍ୱଜନ ମାନେ ଉପସ୍ଥିତ ରହିଥିଲେ । ଏହି ଦୁଖଦଃ ଖବର ପାଇବା ମାତ୍ରେ ଧନିଶୋ ସତସଙ୍ଗ ବିହାରର ସହ ପ୍ରତିୠତ୍ଵିକ ହରେକୃଷ୍ଣ ଦାସ, ସୁଶୀଲ କୁମାର ପରିଡା, ରଞ୍ଜନ ପଣ୍ଡା, ପ୍ରତାପ ଦାସ, ଗୌରାଙ୍ଗ ଖଟୁଆ ପ୍ରମୁଖଙ୍କ ସହ ଧନିଶୋ ସତସଙ୍ଗ ବିହାରର ଗୁରୁଭାଇ, ମା ମାନଙ୍କ ସହ ବହୁ ମାନ୍ୟଗଣ ବ୍ୟକ୍ତି ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ପରେ ଏକ ଶୋଭାଯାତ୍ରାରେ ନେଇ ସଂକୀର୍ତ୍ତନ କରି ବଜାର ପରିକ୍ରମା କରିଥିଲେ । ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ, ଜ୍ୟେଷ୍ଠପୁତ୍ର ମାନସ ରଞ୍ଜନ ଶାସମଲ ମୁଖାଗ୍ନି ଦେଇଥିଲେ । ଚିତ୍ତରଞ୍ଜନ ଶାସମଲ, ସ୍ୱପ୍ନାରାଣୀ ଶାସମଲ ଉପସ୍ଥିତ ରହିଥିଲେ ।