ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଷଣ୍ଡ ଆକ୍ରମଣରେ ୧୦ ଜଣ ଆହାତ

ଏରସମା, 27/10/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଗାଁରେ ପଶି ବୁଲା ଷଣ୍ଡ ଆକ୍ରମଣ କରି ୧୦ରୁ ଉର୍ଦ୍ଧ୍ବ ଲୋକମାନଙ୍କୁ ଆହତ କରିପକେଇଛି।ଏଭଳି ଘଟଣା ଦେଖିବାକୁ ମିଳିଛି ଏରସମା ବ୍ଲକ ଅନ୍ତର୍ଗତ ବାମଦେଇପୁର ପଞ୍ଚାୟତର ବିଭିନ୍ନ ଯାଗାରେ( କଣ୍ଟେଇନାଳୀ) ଲିଙ୍ଗରାଜ ପଟ୍ଟନାୟକ, ଅଭୟ ଦଳାଇ,(ବାରହାଖଣା) ର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ସୁକାନ୍ତି ସ୍ୱାଇଁ, ଜୟସେନ ଖଟେଇ,କୁଳ ମଲ୍ଲିକ,ରଞ୍ଜନ ପାଣି,ଜାଲପଦା ଗ୍ରାମର ବୈଷ୍ଣବ ରାଉତ, ସୁନାମଣୀ ରାଉତ,ଅମର ଦାସ, ତ୍ରୀଲୋଚନ ରାଉତ, କାଳନ୍ଦୀ ଦାସ ପ୍ରମଖ କୁ ଆକ୍ରମଣ କରି ଖଣ୍ଡିଆ ଖାବର କରିଦେଇଛି।
Article Image
ସୂଚନାଯୋଗ୍ୟ ଷଣ୍ଡ ଟି ୨୫ ତାରିଖରୁ କେଉଁଠୁ ଆସିଛି କେହି ଗ୍ରାମବାସୀମାନେ ଜାଣି ନାହାନ୍ତି।ରାସ୍ତାରେ ଯେଉଁ ଲୋକ ଚାଲି ଯାଉଥିବାର ଦେଖିଲେ ହଠାତ୍ ଷଣ୍ଡଟି ଦୌଡ଼ି ଆସି ଲୋକମାନଙ୍କୁ ଉପରେ ଆକ୍ରମଣ କରିଥିଲା।ଆକ୍ରମଣର ଶିକାର ହେଇଥିବା ବ୍ୟକ୍ତି ଙ୍କ ମଧ୍ୟରୁ ବାରହାଖଣା ଗ୍ରାମର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ,ସୁକାନ୍ତି ସ୍ୱାଇଁ ଗୁରୁତ୍ୱର ହେଇଥିଲେ ସେମାନଙ୍କୁ ପ୍ରଥମେ ବାଲିତୁଠ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ସେମାନଙ୍କ ମୁଣ୍ଡରେ ଆଉ ଅଣ୍ଟା ଛାତିରେ ଗଭିରେ ଆଘାତ ଯୋଗୁ ଆମ୍ବୁଲାନ୍ସ ଯୋଗୋ କଟକ ଯାଇ ଚିକିତ୍ସିତ ହେଇଛନ୍ତି,ଅନ୍ୟମାନେ ବାଲିତୁଠ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଇଥିଲେ।ତେବେ ଏନେଇ ଆହାତ ହେଇଥିବା ବ୍ୟକ୍ତି ବାମଦେଇପୁର ପଞ୍ଚାୟତ ସରପଞ୍ଚ ବୈଜୟନ୍ତୀ ମହାନ୍ତି ଅବଗତ କରାଇଥିଲେ ତା ସହିତ ବାଲିତୁଠ ବନ୍ୟାଞ୍ଚଳ କର୍ମଚାରୀ ଓ ପ୍ରାଣୀ ଚିକିତ୍ସାଳୟକୁ ଜଣାଇଥିଲେ ମଧ୍ୟ ଷଣ୍ଡଟିକୁ କାବୁ କରିବା ପାଇଁ ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା ଫଳରେ ତିନି ଦିନ ହେବ ଭୟଭୀତ ଅବସ୍ଥାରେ ଅଞ୍ଚଳର ଲୋକମାନେ ଅଛନ୍ତି।ଛୋଟ ପିଲା ସ୍କୁଲକୁ ଯିବା ପାଇଁ ମଧ୍ୟ ଭୟ କରୁଛନ୍ତି।ତେବେ ଆଜି ବାମଦେଇପୁର ପଞ୍ଚାୟତ ନାଏବ ସରପଞ୍ଚ କାଳନ୍ଦୀ ସ୍ୱାଇଁ,ସମାଜସେବୀ ରବିନ୍ଦ୍ର ମଲ୍ଲିକଙ୍କ ସହିତ ଗ୍ରାମର ଯୁବକ ମାନେ ମୁରବି ଓ ଆଶ୍ରୀର୍ବାଦ ଚାରିଟେବୁଲ୍ ଟ୍ରଷ୍ଟ ମିଳିତ ସହଯୋଗରେ ଷଣ୍ଡଟି କୁ ୩ ଘଣ୍ଟା ଧରି ରଶି ଫାଶ୍ ଯୋଗେ ବାନ୍ଧି ଷଣ୍ଡଟିକୁ କାବୁ କରାଯାଇଥିଲା
4